ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘରେ ଶୋଇଥିବା ବେଳେ ଝରକା ତାଡ଼ି ଲୁଟିନେଲେ, ୫ ଲକ୍ଷ ଟଙ୍କାର ସୁନାଗହଣା ସହିତ ନଗଦ ୮୦ ହଜାର ଟଙ୍କା ଲୁଟ୍

ଆଠଗଡ଼, ୧୭।୩: ଘରେ ଶୋଇଥିଲେ ଦମ୍ପତି । ସକାଳୁ ଉଠିଲା ବେଳକୁ ଘରର ଝରକା ଓ ଗ୍ରୀଲ୍ ତଡ଼ା ହୋଇଛି । ଆଲମାରୀ ଭାଙ୍ଗି ଘରୁ ଲୁଟି ନେଉଛନ୍ତି ଚୋର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡ଼କ ଛକରେ ରାଜ କିଶୋର ମହାରଣାଙ୍କ ପରିବାର ଭଡ଼ାରେ ରହୁଥିଲେ । ସମସ୍ତେ ଖାଇ ପିଇ ଘରେ ଶୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଘରେ ପଶିଥିଲେ ଚୋର । ସକାଳୁ ହେବା ବେଳକୁ ଘରେ କଳା କନା ବୁଲେଇ ଦେଇଥିଲେ ।  ସକାଳୁ ଉଠି ଦେଖିଲା ବେଳକୁ ସବୁକିଛି ଏଣେ ତେଣେ ହୋଇ ପଡ଼ିଥିଲା । 

୫ ଲକ୍ଷ ଟଙ୍କାର ସୁନାଗହଣା ସହିତ ନଗଦ ୮୦ ହଜାର ଟଙ୍କା ଓ ଘରବାଡ଼ି ପଟ୍ଟା ଚୋରି କରିଥିବା ପରିବାର ଲୋକ କହିଛନ୍ତି । ଏନେଇ ପରିବାର ତରଫରୁ ତିଗିରିଆ ଥାନାରେ ଏତଲା ଦିଆଯିବା ପରେ ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସମୟରେ ତିଗିରିଆ ଅଞ୍ଚଳ ଲୁଟ୍‌ତରାଜ ରହାଜାନୀ ଛିନତାଇ ବଢ଼ିବାରେ ଲାଗିଛି । କିନ୍ତୁ, ଏନେଇ ଲୁଟେରାଙ୍କ ଟେର୍ ପାଉନି ପୋଲିସ । ପୋଲିସକୁ ଚକମା ଦେଇ ଖୁବ୍ ଚତୁରତାର ସହିତ ଖସିଯାଇଉନ୍ତି ଚୋର । ଲୁଟେରାମାନଙ୍କୁ ଝରିବାରେ ପୋଲିସ କେବେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.