ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ବନଜାଗ ବିଧି ପର୍ବ, ଆରମ୍ଭ ହେବ ରଥ କାର୍ଯ୍ୟ

ଯାଜପୁରସଦର, ୧୫/୦୯:  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ  ମା’ବିରଜାଙ୍କ ବନଜାଗ ବିଧି ପର୍ବ ପାଳନ ହେବ।  ମନ୍ଦିର ପ୍ରଶାସନ ଓ ମୁଖ୍ୟ ପୁରୋଧାଙ୍କ ଦ୍ୱାରା ପ୍ରଦତ୍ତ ସାରଣୀ ଅନୁଯାୟୀ ରବିବାର ଅପରାହ୍ଣ ୩ଟା ୩୭  ମିନିଟ୍‌ ପରେ ଉକ୍ତ ପୂଜା ଆରମ୍ଭ କରାଯିବ । ବଳି ମଣ୍ଡପରେ ପୁରୋଧା, ପୂଜକ, ସେବାୟତଙ୍କ ଉପସ୍ଥିତିରେ  ଉକ୍ତ ପୂଜା ଆୟୋଜନ କରାଯିବ ।  

ପ୍ରଥା ଓ ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜା କାର୍ଯ୍ୟ ପରେ ସେବାୟତମାନଙ୍କୁ  ମନ୍ଦିରର ପୁରୋଧାମାନେ ମଙ୍ଗଳାର୍ପଣ  କରିବେ । ମନ୍ଦିର ମଧ୍ୟରେ ପୂଜା କାର୍ଯ୍ୟ  ସରିବା ପରେ ପୁରୋଧା, ପୂଜକ, ଆର୍ଶାଦଣ୍ଡ, ଛତ୍ର,  ତରାଶ, ମଶାଲ ସହିତ ପୂର୍ବ ନିର୍ଦ୍ଧାରିତ ହାଟପାଟଣା  ଗ୍ରାମକୁ ଗସ୍ତ କରିବେ । ମନ୍ଦିରର ପୂଜକ ଓ ବାରିକ  ସେବାୟତ ଚିହ୍ନଟ କରାଯାଇଥିବା ହାଟପାଟଣା ଗ୍ରାମର  ଶିବ ପାତ୍ରଙ୍କ ବାଡ଼ିରେ ଥିବା ଅକ୍ଷୁର୍ଣ୍ଣ ବେଲ ଗଛକୁ  ପୂଜାର୍ଚ୍ଚନା କରାଯିବ । ପ୍ରାୟ ୨ ଘଣ୍ଟାର ପୂଜାର୍ଚ୍ଚନା ପରେ  ଉକ୍ତ ଅକ୍ଷୁର୍ଣ୍ଣ ଓ ଅଫଳନ୍ତି ବେଲଗଛରୁ  ଏକ ଡ଼ାଳ ଛେଦନ କରାଯାଇ ମନ୍ଦିର  ରଥଶାଳାରେ ରଖାଯିବ । ଯାହାକୁ  ରଥକାର୍ଯ୍ୟର ସମାପନ ପରେ  ରଥର ଅଗ୍ରଭାଗରେ ଲଗାଯାଇ ରଥ  କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥାଏ । ପରମ୍ପରା ଅନୁଯାୟୀ ବିଧିବଦ୍ଧ ଭାବରେ  ଚଳିତ ବର୍ଷର ଦୁର୍ଗୋତ୍ସବ ପାଇଁ  ମା’ବିରଜାଙ୍କ ରଥ ନିର୍ମାଣର ଅନୁମତି  ଦିଆଯାଇଥାଏ । ରବିବାର ସଂଧ୍ୟାରେ ଏକ  ଶୋଭାଯାତ୍ରା ସହିତ ମା’ ବିରଜାଙ୍କ  ଆର୍ଶାଦଣ୍ଡକୁ ଉକ୍ତ ସ୍ଥାନକୁ ନିଆଯିବା ପରେ ପୂଜାର୍ଚ୍ଚନା କରାଯିବ । 

ଚଳିତ  ବର୍ଷର ଦୁର୍ଗୋତ୍ସବର ଏହା ହେଉଛି  ଅୟମାରମ୍ଭ ପର୍ବ । କାଲିର ପୂଜା  କାର୍ଯ୍ୟ ପାଇଁ ପୁରୋଧା, ପୂଜକ, ସେବାୟତ ଓ  ମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା କରାଯାଇ  ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି  ଶୋଭାଯାତ୍ରା ସମୟରେ ମନ୍ଦିର ପ୍ରଶାସନର ମୁଖ୍ୟ  କିମ୍ବା ତାଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ ଏହି ପୂଜା  କାର୍ଯ୍ୟର ତଦାରଖ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.