ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

କୁମେଲସିଂ ଗାଁ ନିକଟ ଜଙ୍ଗଲରେ ଚଢଉ, ୨ କୁଇଣ୍ଟାଲ ଗଞ୍ଜେଇ ସହ ଜଣେ ମାଫିଆ ଗିରଫ

ଫିରିଙ୍ଗିଆ,୨୦/୯ : କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ ବୁଧବାର ଫିରିଙ୍ଗିଆ ବ୍ଲକ ଲୋଇସିଂ ପଞ୍ଚାୟତ ଅଧୀନରେ ଥିବା କୁମେଲସିଂ ଗାଁ ନିକଟ ଜଙ୍ଗଲରେ ଚଢଉ କରି ଦୁଇ କୁଇଣ୍ଟାଲ ଗଞ୍ଜେଇ ସହ ଜଣେ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟ ଦୁଇ ଜଣ ମାଫିଆ ଫେରାର ହୋଇଯାଇଥିବା ସୂଚନା ମିଳିଛି I ତେବେ ପୋଲିସର ସୂଚନା ଅନୁସାରେ କିଛି ଗଞ୍ଜେଇ ମାଫିଆ ଏହି ଜଙ୍ଗଲରେ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା ପୋଲିସକୁ ଖବର ମିଳିଥିଲା I 

ଖବରପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ ବେହେରାଙ୍କ ସହ ଏକ ଟିମ ଉକ୍ତ ଜଙ୍ଗଲରେ ଅତର୍କିତ ଚଢଉ କରିଥିଲେ I ପୋଲିସର ଚଢଉ ସମୟରେ ଦୁଇ ଜଣ ମାଫିଆ ଫେରାର ହେବାରେ ସଫଳ ହୋଇଥିବାବେଳେ ଜଣେ ମାଫିଆକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା I ତେବେ ଗିରଫ ଅଭିଯୁକ୍ତ ଜଣକ ଗୋଛାପଡା ଥାନା ପାଙ୍ଗା ଉପର ସାହି ପଂଚାୟତ ମଲା ଗାଁର ଦିଆଭଞ୍ଜ ଡିଗାଲ ବୋଲି ଜଣାପଡ଼ିଥିବାବେଳେ ଫେରାର ଥିବା ଦୁଇ ଅଭିଯୁକ୍ତ ପାହିରେଜୁ ପଞ୍ଚାୟତର ଡ୍ରେସରୁ ଗାଁର ବୋଲି ଜଣାପଡିଛି I 

ତେବେ ଏହି ଘଟଣାରେ ଗୋଛାପଡା ଥାନାରେ କେଶ ନଂ ୧୬୫/୨୪ରେ ଏକ ମାମଲା ରୁଜୁ କରି ଗିରଫ ମାଫିଆକୁ ଜବତ ଗଞ୍ଜେଇ ସହ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଦୁଇ ଜଣ ଫେରାର ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଭାତ ବେହେରା I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.