ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ମହୁଆଙ୍କୁ ମମତାଙ୍କ ଉପହାର, ଟିଏମ୍‌ସି ପକ୍ଷରୁ ଦିଆଗଲା ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ନୂଆଦିଲ୍ଲୀ,୧୩।୧୧:  ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା ‘କ୍ୟାସ ଫର କ୍ବେରୀ’( ଅର୍ଥ ବଦଳରେ ପ୍ରଶ୍ନ)ମାମଲାରେ ବିବାଦରେ ଛନ୍ଦି ହୋଇଥିଲେ। ଏହି ମାମଲାରେ ମହୁଆଙ୍କୁ ବିରୋଧି ଦଳ ପକ୍ଷରୁ କଡା ସମାଲୋଚନାର ପାତ୍ର ହେବାକୁ ପଡିଥିଲା। ଏବେ କିନ୍ତୁ ମହୁଆଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଛନ୍ତି ବଡ ଦାୟିତ୍ବ। ମହୁଆଙ୍କୁ ଏବେ ଟିଏମ୍‌ସି ପକ୍ଷରୁ କୃଷ୍ଣାନଗର(ଉତ୍ତର ନଦିଆ)ର  ଜିଲ୍ଲା ପ୍ରମୁଖ ଭାବରେ ନିଯୁକ୍ତ କରାଯାଇଛି।

ଏ ସମ୍ପର୍କରେ ମହୁଆ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ମନତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟିଏମ୍‌ସି ସାଂସଦ ଲେଖିଛନ୍ତି, ମୋତେ କୃଷ୍ଣାନଗରର ଜିଲ୍ଲା ଅଧ୍ୟକ୍ଷ ନିଯୁକ୍ତ କରିବା ପାଇଁ ମମତା ବାନାର୍ଜୀ ଓ ଏଆଇଟିଏମ୍‌ସି(ଅଖିଳ ଭାରତୀୟ ତୃଣମୂଳ କଂଗ୍ରେ)କୁ ଧନ୍ୟବାଦ ଜଣାଉଛି। କୃଷ୍ଣାନଗରର ଲୋକଙ୍କ ଦଳ ସବୁବେଳେ କାମ କରିବ।

ମହୁଆଙ୍କ ବ୍ୟତୀତ ଟିଏମ୍‌ସି ସୋମବାର ପଶ୍ଚିମବଙ୍ଗରେ ୧୫ ଜିଲ୍ଲା ମୁଖ୍ୟଙ୍କୁ ନିଯୁକ୍ତ କରିଛି। ‘କ୍ୟାସ୍‌ ଫର କ୍ବେରୀ’ ମାମଲା ଜଣାପଡିବା ପରେ ଟିଏମ୍‌ସି ମହୁଆଙ୍କୁ ସମର୍ଥନ ଦେବାକୁ ମନା କରିଥିଲା। ତେବେ ଟିଏମ୍‌ସି ସାଂସଦ ଓ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ତାଙ୍କୁ ସଂସଦରୁ ନିଲମ୍ବିତ କରିବା ସୁପାରିଶ କରିବାକୁ ଲୋକସଭା ଆଚାର କମିଟିର ନିଷ୍ପତ୍ତିରେ ସମର୍ଥନ କରିଥିଲେ। ମହୁଆଙ୍କ ଲାଞ୍ଚ ନେବାର ପ୍ରଶ୍ନ ଉପରେ ଯେତେବେଳେ ପଚରାଯାଇଥିଲା, ଦଳ ପକ୍ଷରୁ ସ୍ପଷ୍ଟ ଭାବରେ କିଛି କୁହାଯାଇନଥିଲା। ମହୁଆଙ୍କ ଉପରେ ଅଭିଯୋଗ ଥିଲା ଯେ, ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଟଙ୍କା ନେଇ ସଂସଦରେ ଆଦାନୀ ଗ୍ରୁପ୍‌କୁ ପ୍ରଶ୍ନ ପଚାରୁଥିଲେ। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏ ସମ୍ପର୍କରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ଅଭିଯୋଗ କରିଥିଲେ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.