ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ

ଭୁବନେଶ୍ୱର, ୨୭।୦୩ : ବିଜେଡିରେ ମିଶିଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ କ୍ୟାପଟେନ ମନ୍ମଥ ରାଉତରାୟ। ଭୁବନେଶ୍ୱର ମାଉସୀ ମା ଛକରୁ ସମର୍ଥକମାନଙ୍କୁ ଧରି ବିରାଟ ପଟୁଆରରେ ଯାଇ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି ମନ୍ମଥ। ଦୀର୍ଘ ଦିନ ଧରି ମନ୍ମଥ କେଉଁ ଦଳକୁ ଯିବେ ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ସେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। କିଛି ମାସ ତଳେ ପାଇଲଟ ଚାକିରୀରୁ ସ୍ୱେଛାକୃତ ଭାବେ ଅବ୍ୟାହତି ନେଇଥିଲେ।

ଏନେଇ ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ମୁଁ ମୋର ମୃତ୍ୟୁ ଯାଏଁ କଂଗ୍ରେସରେ ରହିବି। ମୋ ପୁଅ ସାବାଳକ ହୋଇଯାଇଛି। ତେଣୁ ସେ ଯେଉଁ ଦଳକୁ ଯିବ, ମୁଁ ତାକୁ ସମର୍ଥନ କରିବି ମୋ ସମର୍ଥକ ତାକୁ ମଧ୍ୟ ସମର୍ଥନ କରିବେ। ମୋ ପୁଅ ଯେଉଁ ଦଳରେ ଛିଡା ହେବ ସେହି ଦଳକୁ ଜିତେଇବାକୁ ମୁଁ ଓ ମୋର ସମର୍ଥକ ତାକୁ ଜିତେଇବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବୁ। ମୁଁ କଂଗ୍ରେସ ଲୋକ, ବିଜେଡି ପାର୍ଟି ଅଫିସ୍ ମାଟି ମାଡିବି ନାହିଁ। 









  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.