ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଶ୍ଚର୍ଯ୍ୟ ! ସାମୂହିକ ବିବାହରେ ଶହ ଶହ ଯୁବତୀଙ୍କ ଏମିତି କରାଗଲା ବାହାଘର

ବଲିଆ : ଉତ୍ତର ପ୍ରଦେଶର ବଲିଆରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ସରକାରୀ ଅର୍ଥରାଶିକୁ ଆତ୍ମସାତ୍‌ କରିବା ପାଇଁ କିଛି ସରକାରୀ ଅଧିକାରୀ ଓ ଲୋକଙ୍କ ମିଳିତ ଉଦ୍ୟମ ଧରାପଡ଼ି ଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନାରେ ଅଫିସରମାନେ ଶହ ଶହ କନ୍ୟାଙ୍କୁ ବିନା ବରରେ ବିବାହ କରି ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ଭାଇରାଲ ମଧ୍ୟ ହେଉଛି। କନ୍ୟାମାନେ ନିଜେ ନିଜ ବେକରେ ବରଣମାଳା ପକାଉ ଥିବାର ନଜର ଆସୁଛି। 

କୁହାଯାଉଛି କି, ଏହି କନ୍ୟାମାନଙ୍କ ମଧ୍ୟରେ ଅନେକ ପୂର୍ବରୁ ବିବାହିତା। କେବଳ ଏତିକି ନୁହେଁ ଅନେକ ନାବାଳକ କିଶୋର ମଧ୍ୟ ଏହି ବାହାଘରେ ବର ସାଜି ବସିଛନ୍ତି। ସେମାନେ ବି ନିଜେ ନିଜ ନିଜ ବେକରେ ବରଣମାଳା ପକାଉଛନ୍ତି। ୨୫ ଜାନୁଆରୀରେ ମନିୟର ଇଣ୍ଟର କଲେଜ ପଡ଼ିଆରେ ଉକ୍ତ ସାମୂହିକ ବିବାହର ଆୟୋଜନ କରାଯାଇ ଥିଲା। ଏଥିରେ ୫୬୮ ଯୋଡ଼ିଙ୍କ ବିବାହ ହୋଇଥିବା ଦାବି କରାଯାଉଛି। ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଖେଳି ଯାଇଛି। ସିଡିଓ ଯାଞ୍ଚ ଟିମ୍‌ ଗଠନ  କରିଛନ୍ତି। ଟିମ୍‌ ସଂପୃକ୍ତ ଅଞ୍ଚଳକୁ ଯାଇ ଯାଞ୍ଚ ମଧ୍ୟ ଆରମ୍ଭ କରି ଦେଇଛି।

ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ପ୍ରାଥମିକତା ଯୋଜନାରେ ସାମୂହିକ ବିବାହ ମଧ୍ୟ ସାମିଲ ଅଛି। ଏଥିରେ ଗରିବ ଘରର ଯୁବତୀଙ୍କ ବିବାହ ସରକାରୀ ଖର୍ଚ୍ଚରେ କରାଯାଏ। ସମାଜ କଲ୍ୟାଣ ବିଭାଗ ଏହି ବିବାହର ଆୟୋଜନ କରିଥାଏ। ଗୋଟିଏ ଯୋଡ଼ି ଉପରେ ସରକାରଙ୍କ ପକ୍ଷରୁ ୫୧ ହଜାର ଟଙ୍କା ଖର୍ଚ୍ଚ କରାଯାଏ। ଏଥିରୁ ୩୫ ହଜାର ଯୁବତୀଙ୍କ ଆକାଉଣ୍ଟକୁ ପଠାଯାଏ। ୧୦ ହଜାର ଉପହାର ସ୍ୱରୂପ ଦିଆଯାଏ। ୧୦ ହଜାର ଗୃହିଣୀ ପାଇଁ ଓ ୬ହଜାର ବରଯାତ୍ରୀଙ୍କ ସ୍ୱାଗତ ଆଦିରେ ଖର୍ଚ୍ଚ ହୋଇଥାଏ। 

ସଂପୃକ୍ତ ଅଞ୍ଚଳର ସ୍ଥାନୀୟ ଲୋକଙ୍କ କହିବାନୁସାରେ , ବିବାହରେ ୯୦ ପ୍ରତିଶତ ବରକନ୍ୟା ନକଲି। ତାଙ୍କର କହିବା ହେଲା କି ଅନେକ ମହିଳାଙ୍କ ବିବାହ ୫ ବର୍ଷ ପୂର୍ବେ ହୋଇ ସାରିଛି। ଏହାପରେ ମଧ୍ୟ ଏଥିରେ ସାମିଲ ହୋଇ ଯୋଜନାର ଲାଭ ନେଇ ସାରିଛନ୍ତି। ବିବାହ ଉତ୍ସହରେ କିଛି ବର ନାବାଳକ ମଧ୍ୟ ଥିଲେ। 

ସୂତ୍ରାନୁସାରେ , ବିବାହ ଉତ୍ସବରେ ୫ଶହରୁ ଏକ ହଜାର ଟଙ୍କା ଦେଇ ଅନେକ କନ୍ୟା ଓ ବରଙ୍କୁ ବସା ଯାଇଥିଲା। ପରିଚୟ ଲୁଚେଇବାକୁ କନ୍ୟା ଓଢଣୀ ଓ ବର ଗାମୁଛା ଓ ମାସ୍କରେ ମୁହଁଙ୍କୁ ଢାଙ୍କି ଥିଲେ। ମନ୍ତ୍ରୋଚ୍ଚାର ପରେ ଅନେକ ମହିଳା ବର ବଦଳରେ ନିଜେ ମାଳା ନିଜ ବେକରେ ପକାଇବା ନଜର ଆସିଛି। ଗ୍ରାମ ପ୍ରଧାନଙ୍କ କହିବାନୁସାରେ, ଗାଁର ମହିଳାଙ୍କ ଚୟନ ତ କରାଗଲା , ହେଲେ ଏହାର ସୂଚନା ଆମ ମାନଙ୍କୁ ଦିଆ ଯାଇ ନାହିଁ। ଏହି ପୂରା ପ୍ରକରଣରେ କିଛି ଅଫିସର ଓ ଦଳିତଙ୍କର ମିଳିତ ଯୋଜନା ସାମନାକୁ ଆସିଛି। 

ସେପଟେ ସାମୂହିକ ବିବାହର ନକଲି ଥିବା ଅଭିଯୋଗ ଓ ଭିଡିଓ ଭାଇରାଲ ହେବା ପରେ ବିଭାଗରେ ତତ୍ପରତା ଦେଖା ଦେଇଛି। ଏହି ମଧ୍ୟରେ ସିଡିଓ ଓଜସ୍ୱୀ ରାଜ ସ୍ପଷ୍ଟ କରିଛନ୍ତି କି ଯାଞ୍ଚରେ ଯଦି କିଛି ଭୁଲ ଭଟକା ମିଳେ ତ ଦୋଷୀଙ୍କ ଉପରେ କେସ୍‌ କରାଯିବ ସହ ରିକଭରୀର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ଯାଞ୍ଚ ପୂରା ହେବା ଯାଏ ଏଥିରେ ( ସାମୂହିକ ବିବାହ ଯୋଜନା) ମିଳିବାକୁ ଥିବା ସରକାରୀ ଅନୁଦାନ ରାଶିକୁ ମଧ୍ୟ ରୋକି ଦିଆଯା ଥିବା ସିଡିଓ କହିଛନ୍ତି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.