ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଶୁକ୍ର-ବୁଧଙ୍କ ଚଳନରେ ବନିଥାଏ ଲକ୍ଷ୍ମୀ ନାରାୟଣ ଯୋଗ, ଏହି ରାଶି ଧାରକ ମାନେ ହେବେ ଧନବାନ...

ଶୁକ୍ର ଦେବ ଏବେ ଚଳନ କରି ସାରିଛନ୍ତି । ଜୁଲାଇ ୭ (ରବିବାର) ଦିନ ବୈଭବ ଏବଂ ସମୃଦ୍ଧିର କାରକ ଶୁକ୍ର ଚନ୍ଦ୍ରମାଙ୍କ ରାଶିରେ ପ୍ରବେଶ କରିଛନ୍ତି । ପୂର୍ବରୁ କର୍କଟ ରାଶିରେ ଗ୍ରହଙ୍କ ରାଜକୁମାର ବୁଧ ବିରାଜମାନ ଅଛନ୍ତି । କର୍କଟ ରାଶିରେ ଶୁକ୍ର ପ୍ରବେଶ କରିବା ପରେ ହିଁ ଲକ୍ଷ୍ନୀ ନାରାୟଣ ଯୋଗ ବନିଥାଏ । ଏମିତିରେ ଶୁକ୍ର ଏବଂ ବୁଧଙ୍କ ମିଶ୍ରଣ ଦ୍ବାରା ଲକ୍ଷ୍ମୀ ନାରାୟଣ ଯୋଗ ଜୁଲାଇ ୧୯ ପର୍ଯ୍ୟନ୍ତ ରହିବ । ଶୁକ୍ରଙ୍କ ସମ୍ବନ୍ଧ ମା’ ଲକ୍ଷ୍ମୀଙ୍କ ସହ ବିବେଚନା କରାଯାଏ । ଏବେ ଆସନ୍ତୁ ଜାଣିବା ବୁଧ-ଶୁକ୍ରର ଗୋଚରରୁ ହେଉଥିବା ଲକ୍ଷ୍ନୀ ନାରାୟଣ ଯୋଗ ପାଇଁ କେଉଁ ରାଶି ଉପରେ ଧନ ବର୍ଷା ହେଉଥାଏ । 

ମିଥୁନ ରାଶି : ବୁଧ ଏବଂ ଶୁକ୍ରଙ୍କ ଚଳନରେ ବନୁଥିବା ଲକ୍ଷ୍ମୀ ନାରାୟଣ ଯୋଗ ମିଥୁନ ରାଶିର ଲୋକଙ୍କ ପାଇଁ ଲାଭକାରୀ ହେବ । ସରକାରୀ ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ କିଛି ଶୁଭ ସମାଚାର ଆସିବ । ବ୍ୟବସାୟରେ ଉନ୍ନତି ଆସିବ । ଆର୍ଥିକ ପରିସ୍ଥିତିରେ ପୂର୍ବାପେକ୍ଷା ସୁଧାର ଆସିବ । ସ୍ବାସ୍ଥ୍ୟପ୍ରତି ସାବଧାନ ରହିବେ । ପୂଜାପାଠରେ ମନ ଲାଗିବ । 

କର୍କଟ ରାଶି : ବୁଧ ଏବଂ ଶୁକ୍ରଙ୍କ ଚଳନରେ ବନୁଥିବା ଲକ୍ଷ୍ମୀ ନାରାୟଣ ଯୋଗ କର୍କଟ ରାଶିର କିଛି ଲୋକଙ୍କୁ ଧନବାନ କରିପାରେ । ଉଦ୍ୟୋଗପତିଙ୍କ ପାଇଁ ଏହି ସମୟ ଭଲ ବୋଲି ଗଣନା କରାଯାଉଛି । ଧନର ଆଗମନ ହେବ ଏବଂ ଋଣରୁ ବି ମୁକ୍ତି ମିଳିବ । ପରିବାର ସହ ବୁଲିବା ପାଇଁ ଯୋଜନା କରିବେ । ଏହି ସମୟ ନିବେଶ ପାଇଁ ମଧ୍ୟ ଶୁଭ ବୋଲି ବେବେଚନା କରାଯାଉଛି । 

ମକର ରାଶି : ମକର ରାଶି ଧାରକଙ୍କ ପାଇଁ ବୁଧ ଏବଂ ଶୁକ୍ରଙ୍କ ଚଳନ ଲକ୍ଷ୍ମୀ ନାରାୟଣ ଯୋଗ ଲାଭଦାୟକ ବୋଲି ବିବେଚନା କରାଯାଏ । ଗ୍ରହଙ୍କ ଶୁଭ ପ୍ରଭାବ ଯୋଗୁଁ ବ୍ୟବସାୟୀ ମାନେ ଲାଭବାନ ହେବେ । ଜୀବନରେ ଆସୁଥିବା ବାଧାବିଘ୍ନ ଧିରେ ଧିରେ ଦୂର ହେବ । ପରିବାରରେ ଖୁସିର ପରିବେଷ ରହିବ । ନିଜକୁ ଚିନ୍ତାମୁକ୍ତ ଏବଂ ଖୁସି ରଖିବା ପାଇଁ ପ୍ରକୃତି ସହ ସମୟ ବିତାଇବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.