ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାୟକଙ୍କ ବଳ କର୍ପୋରେଟର: ଯାହା ସପକ୍ଷରେ ଯେତେ, ତାଙ୍କ ଟିକଟ ସମ୍ଭାବନା ସେତେ ଅଧିକ

ଭୁବନେଶ୍ୱର,୩୦/୦୩: ଭୁବନେଶ୍ୱରର ୩  ବିଧାନସଭା ଆସନରେ ଏଯାଏଁ ଟିକଟ ଘୋଷଣା କରିନାହିଁ ବିଜେଡି । ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ ବି  ବିଧାନସଭାକୁ ନେଇ ଦ୍ୱନ୍ଦ୍ୱ ଛିଣ୍ଡୁନି । ତିନି ବିଧାୟକ ଟିକଟ ପାଇବାକୁ ଦୃଢ଼ ଆଶାବାଦୀ ଥିଲେ ମଧ୍ୟ ସବୁ ଆସନରେ ଦଳ ଭିତରୁ ଆଶାୟୀ ବି ମୁଣ୍ଡ ଟେକି ଟିକଟ ପାଇଁ ଲବି  କରୁଛନ୍ତି । ଏମିତି ସ୍ଥିତିରେ ତିନି ବିଧାୟକଙ୍କ ପାଇଁ ସାହା  ଭରସା ପାଲଟିଛନ୍ତି ଦଳୀୟ କର୍ପୋରେଟର । ନିଜ ନିର୍ବାଚନମଣ୍ଡଳୀର କର୍ପୋରେଟରମାନେ ହିଁ ଏବେ ବିଧାୟକଙ୍କ ବଳ । ଯାହା ସପକ୍ଷରେ ଯେତେ କର୍ପୋରେଟର,  ତା’ ଟିକଟ ସମ୍ଭାବନା ସେତେ ଅଧିକ ବୋଲି କୁହାଯାଉଛି ।  

ଏକାମ୍ରରୁ ପୁଣି ଥରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଟିକଟ ପାଇଁ  ପ୍ରମୁଖ ଦାବିଦାର ଅଛନ୍ତି । ଏକାମ୍ର ଟିକଟ ପାଇଁ କର୍ପୋରେଟର  ବିରଞ୍ଚି ମହାସୁପକାର (ଲିଟୁ) ମଧ୍ୟ କସରତ ଚଳାଇଛନ୍ତି ।  ଅଶୋକଙ୍କ ସପକ୍ଷରେ ବିଜେଡି କର୍ପୋରେଟରମାନଙ୍କ ବଳ ଥିବାବେଳେ ଲିଟୁ ପୂର୍ବତନ କର୍ପୋରେଟରଙ୍କୁ ଏକାଠି  କରିବାକୁ ଲାଗି ପଡ଼ିଛନ୍ତି । 

ମଧ୍ୟ ଭୁବନେଶ୍ୱରରେ ବିଜେଡି କର୍ପୋରେଟରମାନେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଟିକଟ ପାଇଁ ଲବି କରୁଥିବା କୁହାଯାଉଛି । ଅପରପକ୍ଷରେ ମଧ୍ୟ ଭୁବନେଶ୍ୱରରୁ ଟିକଟ ଆଶାୟୀ ଥିବା କର୍ପୋରେଟର ଅମରେଶ ଜେନାଙ୍କ ସହ ବହୁ ସଂଖ୍ୟାରେ ପୂର୍ବତନ କର୍ପୋରେଟରମାନେ ସାମିଲ ହୋଇଛନ୍ତି । 

ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ବିଧାୟକ ସୁଶାନ୍ତ ରାଉତଙ୍କୁ ପୁଣି ଥରେ ଟିକଟ ଦେବାକୁ ସମସ୍ତ ବିଜେଡି କର୍ପୋରେଟର ଦାବି କରୁଛନ୍ତି । ଉତ୍ତର ଭୁବନେଶ୍ୱର ଆସନରୁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର  ବି ଆଶାୟୀ ଅଛନ୍ତି । ସମସ୍ତଙ୍କ ଲକ୍ଷ୍ୟ ହେଉଛି, ଅଧିକରୁ ଅଧିକ କର୍ପୋରେଟର ଓ ପୂର୍ବତନ କର୍ପୋରେଟରଙ୍କୁ ନିଜ  ସପକ୍ଷକୁ ଟାଣିବା ପାଇଁ । ଏମିତିକି ଟିକଟ ଲବି ତେଜିବାକୁ  ଆଶାୟୀମାନେ ଏବେ ନବୀନ ନିବାସ ଯାଏଁ ନିଜ ସଂଗଠନ  ଦେଖାଇବାକୁ ପ୍ରୟାସ ଚଳାଇଛନ୍ତି । ଶୁକ୍ରବାର ମଧ୍ୟ  ନିର୍ବାଚନମଣ୍ଡଳୀର ବହୁ କର୍ପୋରେଟର ଏକାଠି ହୋଇ ନବୀନ ନିବାସ ଯାଇଥିବା ଖବର ମିଳିଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.