ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶା ଶାସନରେ ପୁଣି ଉପମୁଖ୍ୟମନ୍ତ୍ରୀ ପଦବୀ, ପ୍ରଭାତୀ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ଯୁଗ ପୁଣି ଫେରିଲା । ଦୀର୍ଘ ୨୫ ବର୍ଷ ପରେ ଓଡ଼ିଶା ସରକାରରେ ପୁଣି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଜୁନ୍‌ ୧୨ ତାରିଖରେ ଶପଥ ନେବାକୁ ଯାଉଥିବା ବିଜେପି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଥମ ଥର ବିଧାୟିକା ପ୍ରଭାତୀ ପରିଡ଼ା ଆସନ୍ତାକାଲି ଜନତା ମଇଦାନରେ ପିନ୍ଧିବେ ଉପମୁଖ୍ୟମନ୍ତ୍ରୀ ମୁକୁଟ । ଏହା ସହ ୧୯୯୯ ପରେ ଓଡ଼ିଶା ଶାସନରେ ପୁଣି ଆରମ୍ଭ ହେବ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ । ତେବେ ରାଜ୍ୟ ଇତିହାସରେ ଏହା ପୂର୍ବରୁ ମୋଟ ୩ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି ଏବଂ ଏକାଦଶ ବିଧାନସଭାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଥିଲେ ।  ସୂଚନାଯୋଗ୍ୟ ଯେ,  ବିଜେଡିର ୨୪ ବର୍ଷ ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ କୌଣସି ଉପମୁଖ୍ୟମନ୍ତ୍ରୀ ପଦ ରଖିନଥିଲେ। 

୧୯୭୧ରେ ଅନୁଷ୍ଠିତ ନିର୍ବାଚନ ପରେ ଗଠିତ  ପଞ୍ଚମ ବିଧାନସଭାରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି ହୋଇଥିଲା । ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ ବରିଷ୍ଠ ନେତା ନୀଳମଣି ରାଉତରାୟ। ସେ ୧୯୭୨ ଜୁନ ୧୪ରୁ ୧୯୭୩ ମସିହା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ମୋଟ୍ ୨୬୦ ଦିନ ଉପମୁଖ୍ୟମନ୍ତ୍ରୀ ରହିଥିଲେ।  ଏହାପରେ ୧୯୯୫ ଏକାଦଶ ବିଧାନସଭା ନିର୍ବାଚନରେ ଉପମୁଖ୍ୟମନ୍ତ୍ରୀ ପଦବୀ ଫେରିଥିଲା। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ହେମାନନ୍ଦ ବିଶ୍ଵାଳ ଏବଂ ବସନ୍ତ  ବିଶ୍ଵାଳ ୧୯୯୫ ମାର୍ଚ୍ଚ ୧୫ରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ହେମାନନ୍ଦ ବିଶ୍ଵାଳ ୧୯୯୮ ମେ ୯ ପର୍ଯ୍ୟନ୍ତ, ଅର୍ଥାତ ୩ ବର୍ଷ ୫୫ ଦିନ ଉପ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଏହା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ବସନ୍ତ ବିଶ୍ଵାଳ ତାଙ୍କ ଅଧୀନରେ ବି ଉପମୁଖ୍ୟମନ୍ତ୍ରୀ ରହିଥିଲେ। ତେବେ  ସେ ୧୯୯୯ ଫେବୃଆରୀ ୧୭ ପର୍ଯ୍ୟନ୍ତ, ଅର୍ଥାତ ୩ ବର୍ଷ ୩୩୯ ଦିନ ଉପମୁଖ୍ୟମନ୍ତ୍ରୀ ରହି ପଦ ଛାଡ଼ିଥିଲେ। 

ଏବେ ପ୍ରାୟ ଅଢ଼େଇ ଦଶନ୍ଧୀ ପରେ ୧୭ତମ ବିଧାନସଭାରେ ଫେରିଛି ଉପମୁଖ୍ୟମନ୍ତ୍ରୀ ପଦ। ଏଥର ବି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଜୁନ ୧୨, ବୁଧବାର ଅପରାହ୍ନରେ ଶପଥ ନେବାକୁ ଯାଉଛନ୍ତି ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଥମ ଥର ବିଧାୟିକା ପ୍ରଭାତୀ ପରିଡ଼ା। ତେବେ ପ୍ରଭାତୀ ପରିଡ଼ା ଆଉ ଏକ ଅଧ୍ୟାୟ ଲେଖିବାକୁ ଯାଉଛନ୍ତି । ଜଣେ ମହିଳା ଭାବେ ସେ ହେବେ ଓଡ଼ିଶାର ପ୍ରଥମ ଉପମୁଖ୍ୟମନ୍ତ୍ରୀ।  

  • BJP
  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.