ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମାଲକାନଗିରିକୁ ଛୁଇଁଲା ମୌସୁମୀ

ମାଲକାନଗିରି ୮/୬ : ମାଲକାନଗିରି ଜିଲ୍ଲାକୁ ପ୍ରଥମେ ଛୁଇଁଛି ମୌସୁମୀ । ଜିଲ୍ଲାରେ ୨୩.୭୮ ମିଲିମିଟର ବର୍ଷା ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ମାଲକାନଗିରି ମାଲ୍ୟବନ୍ତ ପର୍ବତ ଶିଖରେ  ପ୍ରଥମେ ବାଦଲ ଦୃଶ୍ୟମାନ ହୋଇ ମୌସୁମୀ ଛୁଇଁଥିଲା।  ଏହା ସମଗ୍ର ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିଖବର ପାଲଟିଛି । ମାଲକାନଗିରି ଜିଲ୍ଲାର ଦୁଇଟି ବ୍ଲକକୁ ଛାଡି ଅନ୍ୟ ପାଞ୍ଚଟି ବ୍ଲକରେ ବର୍ଷା ହୋଇଛି। 

 ଏହି ବର୍ଷା ଗତ କାଲି ସନ୍ଧ୍ୟା ରୁ ରାତ୍ର ପର୍ଯ୍ୟନ୍ତ ହୋଇଥିଲା ।  ମାଲକାନଗିରି ଜିଲ୍ଲା ଜରୁରୀ କାଳୀନ ବିଭାଗ ସୂତ୍ରରୁ ପ୍ରକାଶ ଯେ ୨୪ଘଣ୍ଟା ମଧ୍ୟରେ କୋରକୁଣ୍ଡା ବ୍ଲକରେ ସର୍ବାଧିକ ୭୯ମିଲିମିଟର ବର୍ଷା ହୋଇ ଥିବା ବେଳେ ମାଲକାନଗିରି ବ୍ଲକରେ ୫୫ମିଲିମିଟର,ଚିତ୍ରକୋଣ୍ଡା ବ୍ଲକ ରେ ୨୬ମିଲିମିଟର, ମାଥିଲି ବ୍ଲକରେ ୨ମିଲିମିଟର, ପଡିଆ ବ୍ଲକରେ ୪ମିଲିମିଟର ବର୍ଷା ହୋଇଥିବା ବେଳେ ୫ଟି ବ୍ଲକରେ ସର୍ବ ମୋଟ ୧୬୬.୫ ମିଲିମିଟର ବର୍ଷା ହୋଇଛି। ଜିଲ୍ଲାରେ ହାରାହାରି ୨୩.୭୮ମିଲିମିଟର ବର୍ଷା ହୋଇ ଥିବାର ସୂଚନା ମିଳିଛି।

 ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମାଲକାନଗିରିକୁ ଛୁଇଁଛି ମୌସୁମୀ ବର୍ଷା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ଗତ କାଲି ସନ୍ଧ୍ୟାରେ ମାଲକାନଗିରି କୁ ଛୁଇଁ ତାପରେ ଦକ୍ଷିଣ ଓଡ଼ିଶାକୁ ପ୍ରବେଶ କରିଛି।   ଏହା ଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ଚାଷୀ କୂଳ ଏହି ବର୍ଷା ରେ ଖୁସି ହୋଇ ଆଜି ଠାରୁ ଜମିରେ ହଳ ଆରମ୍ଭ କରିଦେଇଛନ୍ତି।

ଆହୁରି ପଢନ୍ତୁ : ଯୁବତୀଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟି ଯୁବକଙ୍କ ଆତ୍ମହତ୍ୟା, ଯୁବତୀ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.