ଚନ୍ଦାହାଣ୍ଡି,୨୪।୮ : ନରବଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀ ଲୋକଙ୍କ ଗମନାଗମନ ସୁବିଧା ପାଇଁ ଅଧିକ ସରକାରୀ ବସ୍ ଚଳାଚଳ କରିବାକୁ ସ୍ଥାନୀୟ ବିଧାୟକ ନର୍ସିଙ୍ଗ ଭତ୍ରା ରାଜ୍ୟ ସଡ଼କ ଏବଂ ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କୁ ଚିଠି ଲେଖିଛନ୍ତି। ଝରିଗାଁ ନିର୍ବାଚନମଣ୍ଡଳୀର ୩ ଟି ବ୍ଲକରୁ ବିଭିନ୍ନ ସହରକୁ ସରକାରୀ ବସ୍ ଚଳାଚଳ କରିବାକୁ ସେ ଚିଠିରେ ଦର୍ଶାଇଛନ୍ତି।
ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ଓଡିଶାର ଶେଷ ଉପାନ୍ତ ଛତିଶଗଡ଼ ସୀମାରେ ଅବସ୍ଥିତ l ଏଠାକାର ଲୋକେ ବ୍ୟବସାୟିକ ଏବଂ ଗୃହ ସାମଗ୍ରୀ ପାଇଁ ପଡୋଶୀ ଛତିଶଗଡ଼ ରାଜଧାନୀ ରାୟପୁର, ଜଗଦଳପୁର, ଦେଭୋଗ, ଉରମାଲ, ଗହିରାପଦର ଭବାନୀପାଟଣା, ଖଡ଼ିଆଲ ଉପରେ ନିର୍ଭର କରିଥାନ୍ତି l ଏହି ସବୁ ସ୍ଥାନକୁ ବସ ଚଳାଚଳ କରୁ ନ ଥିବା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜରୁରୀ ସମୟରେ ଡାକ୍ତରଖାନା ଯିବା ପାଇଁ ହଇରାଣ ହେଉଛନ୍ତି l ଏହା ବ୍ୟତୀତ ଚନ୍ଦାହାଣ୍ଡି ଅଞ୍ଚଳରେ ବ୍ରହ୍ମପୁର, ସମ୍ବଲପୁର, ବଲାଙ୍ଗୀର ନୂଆପଡାର ବହୁ ଲୋକ ସରକାରୀ କର୍ମଚାରୀ ଭାବେ ରହିଛନ୍ତି l ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଝରିଗାଁ ବିଧାୟକ ନର୍ସିଙ୍ଗ ଭତ୍ରା ରାଜ୍ୟ ସଡ଼କ ଏବଂ ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କୁ ଅଧିକ ବସ ଚଳାଚଳ ପାଇଁ ଚିଠି ଲେଖିଛନ୍ତି।
ଝରିଗାଁ, ଚନ୍ଦାହାଣ୍ଡି ଠାରୁ ୭ ଟି ସ୍ଥାନକୁ ସରକାରୀ ବସ ଚଳାଚଳ ପାଇଁ ଉଲ୍ଲେଖ କରିଛନ୍ତି l ସେଗୁଡିକ ଝରିଗାଁ ଠାରୁ ପୁରୀ ଭାୟା ଚନ୍ଦାହାଣ୍ଡି, ଝରିଗାଁ ଠାରୁ ରାୟପୁର ଭାୟା ଚନ୍ଦାହାଣ୍ଡି ଉରୁମାଲ, ଝରିଗାଁ ଠାରୁ ବ୍ରହ୍ମପୁର ଭାୟା ଚନ୍ଦାହାଣ୍ଡି, ଭବାନିପାଟଣା, ଭଞ୍ଜନଗର ଓ ଝରିଗାଁ ଠାରୁ ସମ୍ବଲପୁର ଭାୟା ଚନ୍ଦାହାଣ୍ଡି ରାଜଖଡିଆର , ଚନ୍ଦାହାଣ୍ଡି ଠାରୁ ବିଶାଖାପାଟଣା ଭାୟା ଝରିଗାଁ ଓ ଉମରକୋଟ , ଚନ୍ଦାହାଣ୍ଡି ଠାରୁ ଭବାନୀପାଟଣା ଭାୟା ଉରୁମାଲ ଦେଭୋଗ , ଚନ୍ଦାହାଣ୍ଡି ଠାରୁ ଜଗଦଳପୁର ଭାୟା ଉମରକୋଟ ସିଙ୍ଗସାରି କୁ ସରକାରୀ ବସ ଚଳାଚଳ କରିବା ପାଇଁ ବିଧାୟକ ନର୍ସିଙ୍ଗ ଭତ୍ରା ତାଙ୍କ ପତ୍ର ରେ ଉଲ୍ଲେଖ କରିଛନ୍ତି l ଏହା ସହ ଜଳସେଚନ ସୁବିଧା ପାଇଁ ଫୁଲଝରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନଃ ଉଦ୍ଧାର ଏବଂ ବରୀ ନଦୀ ରେ ଜଳସେଚନ ପ୍ରକଳ୍ପ ନିର୍ମାଣ ଦିଗରେ ସେ ବିଶେଷ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି l ଏ ଦିଗରେ ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଝରିଗାଁ ନିର୍ବାଚନ ମଣ୍ଡଳବାସୀ ଦାବୀ କରିଛନ୍ତି