ଖୋର୍ଦ୍ଧା, ୦୪/୧୧ : ଡିଜେ ଲେଜର ଲାଇଟରେ ମୋବାଇଲ ଖରାପ। ଶୁକ୍ରବାର ଖୋର୍ଦ୍ଧାରେ ମା' ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବରେ ୫୦ରୁ ଉର୍ଦ୍ଧ୍ଵ ମୋବାଇଲ୍ ଖରାପ ହୋଇଥିବା ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ଗତକାଲି ଖୋର୍ଦ୍ଧାରେ ମା' ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ ହୋଇଥିଲା। ଏଥିରେ ୩୩ଟି ମେଢ ସାମିଲ ହୋଇଥିଲେ। ସମସ୍ତ ମେଢ ପକ୍ଷରୁ ଡିଜେ ସାଉଣ୍ଡ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଡିଜେ ଲେଜର ଲାଇଟରେ ୫୦ ରୁ ଉର୍ଦ୍ଧ୍ଵ ମୋବାଇଲ ଖରାପ ହୋଇଥିବା ଅଭିଯୋଗ ହୋଇଛି। ତେବେ ୫୦ଟି ମୋବାଇଲ୍ ଖରାପ ହୋଇଛି ନା ଅଧିକ ଖରାପ ହୋଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି।