ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ବଲିଉଡ୍‌ର ୫ ମୋଷ୍ଟ ଆୱେଟେଡ୍ ଫିଲ୍ମ, ରିଲିଜ୍ ହେବା ମାତ୍ରେ ବକ୍ସ ଅଫିସ୍‌ରେ କରିବେ ହଙ୍ଗାମା

ଭୁବନେଶ୍ଵର, ୨୭/୦୫ : ବଲିଉଡ୍‌ର ୫ ମୋଷ୍ଟ ଆୱେଟେଡ୍ ଫିଲ୍ମ। ରିଲିଜ୍ ହେବା ମାତ୍ରେ ବକ୍ସ ଅଫିସ୍‌ରେ କରିବେ ହଙ୍ଗାମା। ଦୀର୍ଘ ଦିନ ହେଲା ଅପେକ୍ଷା କରି ରହିଛନ୍ତି ଦର୍ଶକ। ଏହି ତାଲିକାରେ ଅଛି ଏଭଳି ଏକ ଫିଲ୍ମ। ଯାହାକୁ ଦୀର୍ଘ ୧୮ ବର୍ଷ ହେଲା ଅପେକ୍ଷା କରିଛନ୍ତି ଫ୍ୟାନ୍ସ। ଏହି ଫିଲ୍ମ ଗୁଡ଼ିକ ହେଲା ପୁଷ୍ପା ୨, ସିଙ୍ଘମ୍ ଏଗେନ୍, ହେରା ଫେରି ୩, ୱାର୍ ୨, ଏବଂ ଭୁଲ ଭୁଲେୟା ୩। 

ଏହି ସବୁ ଫିଲ୍ମ ମଧ୍ୟରେ ଖୁବ୍ ଚର୍ଚ୍ଚିତ ଥିଲା ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା। ରିଲିଜ୍ ହେବା ମାତ୍ରେ ବକ୍ସ ଅଫିସ୍‌ରେ କରିଥିଲା ଧମାଲ୍। ଏବେ ଏହାର ପାର୍ଟ-୨କୁ ଅପେକ୍ଷା କରିଛନ୍ତି ଦର୍ଶକ। ତେବେ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ୍ ହେବ ପୁଷ୍ପା ୨ : ଦ ରୁଲ୍। ଏହା ଏକ ଆକ୍ସନ ଡ୍ରାମା ଫିଲ୍ମ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଲ୍ଲୁ ଅର୍ଜୁନ୍। ତାଙ୍କ ସହ ରଶ୍ମିକା ମନ୍ଦାନା, ଧନଞ୍ଜୟ, ରାଓ ରମେଶ, ସୁନୀଲ ଏବଂ ଅନସୂୟା ଭରଦ୍ଵାଜ ଆସିବେ ନଜର। ଏହାପରେ ରହିଛି ସିଙ୍ଘମ୍ ଏଗେନ୍। ଏହା ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ଫିଲ୍ମ ସିଙ୍ଘମ୍ ରିଟର୍ଣ୍ଣସ୍‌ର ପାର୍ଟ-୨। ଏଥିରେ ଅଜୟ ଦେଭଗନ, ରଣବୀର ସିଂହ, କରୀନା କପୁର, ଦୀପିକା ପାଦୁକୋନ, ଜ୍ୟାକି ଶ୍ରଫ୍, ଅର୍ଜୁନ କପୁର, ଅକ୍ଷୟ କୁମାର, ଟାଗର ଶ୍ରଫ୍, ସିଦ୍ଧାର୍ଥ ଯାଦବ, ଏବଂ ଆଶୁତୋଷ ରାଣା ଆସିବେ ନଜର। ଏହି ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୧୬ରେ ହେବ ରିଲିଜ୍। 

ଏହା ପଛକୁ ରହିଛି ହେରାଫେରି-୩। ଏହା ଏକ କମେଡି ଫିଲ୍ମ। ଏହା ୨୦୦୬ରେ ନିର୍ମିତ ଫିର୍ ହେରା ଫେରିର ପରବର୍ତ୍ତୀ ସିନେମା। ୨୦୦୬ ପରଠାରୁ ଏହାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଏଥିରେ ଅକ୍ଷୟ କୁମାର, ପରେଶ ରାୱଲ, ସୁନୀଲ ସେଟ୍ଟୀ, ଅଭିଷେକ ବଚ୍ଚନ, ଆବ୍ରାହମ୍ ନଜର ଆସିବେ। ମିଡିଆ ରିପୋର୍ଟସ୍ ଅନୁଯାୟୀ ଏହି ଫିଲ୍ମ ୨୦୨୫ରେ ରିଲିଜ୍ ହେବ। ଏହା ପରେ ରହିଛି ୱାର୍ ୨। ଫିଲ୍ମ ୱାର୍ ରିଲିଜ୍ ହେବା ପରେ ବକ୍ସ ଅଫିସ୍‌ରେ ଧମାଲ୍ କରିଥିଲା। ଏହାର କାହାଣୀକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ। ଏବେ ଏହି ଫିଲ୍ମର ପାର୍ଟ ୨ ଉପରେ କାମ ଆରମ୍ଭ ହୋଇଛି। ଏହି ଫିଲ୍ମରେ ହ୍ରିତ୍ଵିକ୍ ରୋଶନଙ୍କ ସହ ଜୁନିଅର ଏନଟିଆର ଏବଂ କିୟାରା ଆଡଭାଣୀ ନଜର ଆସିବେ। ୱାର୍-୨ ଆସନ୍ତା ବର୍ଷ ରିଲିଜ୍ ହେବ। 

ଶେଷରେ ରହିଛି ଭୁଲ ଭୁଲେୟା-୩। ଏହି ଫିଲ୍ମର ଫାଷ୍ଟ ପାର୍ଟରେ ଅକ୍ଷୟ କୁମାର ନଜର ଆସିଥିଲେ। ହେଲେ ପାର୍ଟ-୨ରେ କାର୍ତ୍ତିକ ଆର୍ୟନ ତାଙ୍କୁ ରିପ୍ଲେସ୍ କରିଥିଲେ। ଏବେ ଏହାର ପାର୍ଟ-୩ରେ ବି କାର୍ତ୍ତିକ ନଜର ଆସିବେ। ଯାହାର ସୁଟିଂ ଆରମ୍ଭ ହୋଇଗଲାଣି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଫିଲ୍ମ ରିଲିଜ୍ ହୋଇପାରେ ବୋଲି ଆଶା କରାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.