ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ବଦଳିଲେ ସିଏସ୍‌କେର ଅଧିନାୟକ, ଧୋନିଙ୍କ ସ୍ଥାନ ନେଲେ ଋତୁରାଜ ଗାଏକ୍ବାଡ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏଥର ଆଇପିଏଲରେ ମହେନ୍ଦ୍ର ସିଂହ ଧୋନି ଦଳର ନେତୃତ୍ବ ନେବେ ନାହିଁ । ମାହିଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାଡ ସିଏସକରେ ଅଧିନାୟକ ରହିବେ । ଉଦଘାଟନୀ ମ୍ୟାଚ୍ ପୂର୍ବରୁ ସିଏସକେରେ ବଡ଼ ପରିବର୍ତ୍ତନ ହୋଇଛି । ଏମଏସ ଧୋନିଙ୍କ ସ୍ଥାନରେ ଋତୁରାଜ ଗାଏକ୍ଵାଡଙ୍କୁ ସିଏସକେ ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଛି ।

 ଆଇପିଏଲ୍ ଆନୁଷ୍ଠାନିକ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ଏହାର ସୂଚନା ଦିଆଯାଇଛି । ଚଳିତ ସଂସ୍କରଣରେ ଋତୁରାଜ ସିଏସକେର ମଙ୍ଗ ସମ୍ଭାଳିବେ । ଏହା ପୂର୍ବରୁ ଧୋନି ୨୦୨୨ରେ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଦଳର ଖରାପ ପ୍ରଦର୍ଶନ କାରଣରୁ ଟୁର୍ଣ୍ଣାମେଣ୍ଟ ମଝିରେ ପୁଣି ଥରେ ସେ ଦଳର ନେତୃତ୍ଵ ନେଇଥିଲେ ।

ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌ର ଅଧିନାୟକଙ୍କୁ ନେଇ ବୟାନ ଜାରି କରିଛି । ସିଏସକେ ପକ୍ଷରୁ କୁହାଯାଇଛି ଯେ, ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍‌ ୨୦୨୪ ପୂର୍ବରୁ ଟିମ୍‌ର ନେତୃତ୍ବ ଋତୁରାଜ ଗାଏକ୍ବାଡଙ୍କୁ ହସ୍ତାନ୍ତର କରିଛନ୍ତି । ଋତୁରାଜ ୨୦୧୯ରୁ ସିଏସକେ ସହ ଅଛନ୍ତି । ସେ ଏବେ ଯାଏଁ ୫୨ଟି ମ୍ୟାଚ୍‌ ଖେଳିସାରିଛନ୍ତି । 

ଅନ୍ୟପଟେ ଆଇପିଏଲରେ ଋତୁରାଜଙ୍କ ପ୍ରଦର୍ଶନ ଖୁବ ଭଲ ରହିଛି । ସେ ଏବେ ସୁଦ୍ଧା ୫୨ଟି ମ୍ୟାଚରୁ ୧୭୯୭ ରନ୍‌ କରିଛନ୍ତି । ଏହି ସମୟରେ ଗୋଟିଏ ଶତକ ଏବଂ ୧୪ଟି ଅର୍ଦ୍ଧଶତକ କରିଛନ୍ତି ଗାଏକ୍ବାଡ । ଋତୁରାଜଙ୍କ ସର୍ବଶ୍ରେଷ୍ଠ ଆଇପିଏଲ ସ୍କୋର ୧୦୧ ରନ୍‌ । ସେ ଗତ ସିଜନରେ ୧୬ଟି ମ୍ୟାଚ୍‌ରେ ୫୯୦ ରନ୍‌ କରିଥିଲେ । ଆଉ ଏହି ସିଜନରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଥିଲା ୯୨ ରନ୍‌ । ସେ ପ୍ରଥମ ଥର ଲାଗି ୨୦୨୦ରେ ଆଇପିଏଲ ମ୍ୟାଚ୍‌ ଖେଳିଥିଲେ । ତାଙ୍କୁ ମାତ୍ର ୬ଟି ମୁକାବିଲାରେ ଖେଳିବାକୁ ସୁଯୋଗ ମିଳିଥିଲା । 

  • prameyanews
  • PrameyaOdia
  • prameya
  • Ms dhoni
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.