ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ମଙ୍ଗଳ ଗ୍ରହରେ ଏକ ବଡ଼ ରହସ୍ୟମୟୀ ଗର୍ତ୍ତକୁ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ , ହୋଇପାରେ ମଣିଷ ରହିବାର ସ୍ଥାନ ...

ୱାଶିଂଟନ – ସ୍ପେସଏକ୍ସର କୋଟିପତି ସଂସ୍ଥାପକ ଏଲନ ମସ୍କ ମଙ୍ଗଳ ଗ୍ରହରେ ଜୀବନ ସଞ୍ଚାର କରିବାର ପ୍ରୟାସରେ ରହିଛନ୍ତି। ତାଙ୍କର ଏହି ପ୍ରୟାସ ମଧ୍ୟରେ ମଙ୍ଗଳ ଗ୍ରହରେ ଏକ ଆଶ୍ଚର୍ଯ୍ୟକର ଗର୍ତ୍ତ ଦେଖିବାକୁ ମିଳିଛି। ଗ୍ରହରେ ଏକ ପ୍ରାଚୀନ ଆଗ୍ନେୟଗିରିର ପାର୍ଶ୍ୱରେ ଦେଖିବାକୁ ମିଳିଥିବା ଏହି ରହସ୍ୟମୟୀ ଗର୍ତ୍ତ ମହାକାଶ ପ୍ରତି ଆଗ୍ରହ ରଖି ଥିବା ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। କୁହାଯାଏ କି ମଙ୍ଗଳ ଗ୍ରହରେ ଧୂଳି ଭରା ଝଡ଼ ତୋଫାନ ଓ ତାପମାତ୍ରାରେ ହ୍ରାସ ବୃଦ୍ଧି ସାଧାରଣ କଥା , ହେଲେ ଏବେ ଏହି ଗର୍ତ୍ତ କେମିତି ଆସିଲା , ଏହାକୁ ନେଇ ଯେକେହି ଜାଣିବାକୁ ଉତ୍ସୁକ । 

ନାସାର ମାର୍ସ ରିକନିସେନ୍ସ ଅର୍ବିଟର (ଏମଆରଓ )ରେ ମୁତୟନ ହାଇ-ରିଜଲ୍ୟୁସନ ଇମେଜିଂ ସାଇନ୍ସ ଏକ୍ସପେରିମେଣ୍ଟ କ୍ୟାମେରା ଦ୍ୱାରା କ୍ୟାପଚର କରାଯାଇଥିବା ଗର୍ତ୍ତ, ଏବେ ବିଲୁପ୍ତ ହୋଇ ସାରିଥିବା ଅର୍ସିଆ ମାନ୍ସ ଆଗ୍ନେୟଗିରିର ପାର୍ଶ୍ୱରେ ରହିଛି ଏବଂ କେବଳ କିଛି ମିଟର ଚଉଡ଼ା। ଅର୍ସିଆ ମାନ୍ସ ଆଗ୍ନେୟଗିରିକୁ ଅଗଷ୍ଟ ୨୦୨୨ରେ ଖୋଲା ଯାଇଥିଲା। ଅନେକ ସମୟରେ ଏମିତି ହୋଇଥାଏ କି , ଆଗ୍ନେୟଗିରିରୁ ବାହାରୁ ଥିବା ଲାଭା ପୃଥିବୀରେ ବଡ଼ ବଡ଼ ନାଳ ତିଆରି କରିଥାଏ। ଆଗ୍ନେୟଗିରି ପାଦ ଦେଶରେ ବିଭିନ୍ନ ଛିଦ୍ରକୁ ଦେଖିବା ସାଧାରଣ କଥା , କିନ୍ତୁ ଏହି ଗର୍ତ୍ତ କିଛି ମାତ୍ରାରେ ଅଲଗା ଭାବେ ଥିବାର ପ୍ରତୀତ ହେଉଛି। 

ହେଲେ ଏବେ ଏହା ସ୍ପଷ୍ଟ ହୋଇ ନାହାନ୍ତି କି, ଏହି ବଡ଼ ଛିଦ୍ର ସବୁ କଣ। କିନ୍ତୁ ବୈଜ୍ଞାନିକଙ୍କ ଅନୁସାରେ, ଏହା ଏକ ଗୁମ୍ଫା ବା ଅନେକ ଗୁଡ଼ିଏ ଗୁମ୍ଫା ଆଡ଼କୁ ପଡ଼ି ଥିବା ରାସ୍ତା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.