ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ୱର୍ଗତ ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ, ଜେଲ୍‌ରେ ରହି ଟିଭିରେ ସବୁ କାର୍ଯ୍ୟକ୍ରମ ଦେଖିଲା ଗୋପାଳ

ଗୁରୁଡ଼ଝାଟିଆ-ଚୌଦ୍ୱାର,୩୦/୦୧:  ତତ୍‌କାଳୀନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ସୋମବାର ଏକ ବର୍ଷ ପୂରିଥିବା ବେଳେ ଝାରସୁଗୁଡ଼ାରେ ଏଥିପାଇଁ ଗଣଦୌଡ, ପ୍ରତିମୂର୍ତ୍ତି ଉନ୍ମୋଚନ  ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇଛି । ସେହିପରି ହତ୍ୟାକାଣ୍ଡର ଆମୂଳଚୁଳ ଆଲୋଚନା, ପର୍ଯ୍ୟାଲୋଚନା ମଧ୍ୟ କରାଯାଇଛି । ଏସବୁ ଦିନ ତମାମ କିଛି ଗଣମାଧ୍ୟମରେ ପ୍ରସାର କରାଯାଇଥିଲା  ଯାହାକୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଚୌଦ୍ୱାର ଜେଲରେ ରହି ଟିଭିରେ ଦେଖିଛି । 

ଗୋପାଳ ଦାସ ଚୌଦ୍ୱାର ଜେଲରେ ୨୦୨୩ ମସିହା ଫେବ୍ରୁଆରୀ ୧୪ ତାରିଖରୁ ରହି ଆସୁଛି । ତାକୁ ଜେଲ୍‌ର ହାଇ ସିକ୍ୟୁରିଟି ୩ନଂ ସେଲରେ ରଖାଯାଉଛି । ଏହି ସେଲ୍‌ ସିସିଟିଭି ନଜରରେ ରହିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୋପାଳ ମଧୁମେହ ଓ ପାଇଲ୍‌ସ ପାଇଁ କିଛି ଔଷଧ ସେବନ କରୁଛି । ଏହାବାଦ୍‌ ତାର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ହେଲେ ଗୋପାଳ ସୋମବାର ଘଟଣା ଉପରେ ନଜର ରଖିଥିଲା । ସେ ଟିଭିରେ ସମସ୍ତ ଘଟଣାକୁ ଟିକିନିଖି କରି ଦେଖିଥିଲା । ସବୁ ଦିନ ଭଳି ଖାଦ୍ୟ ଖାଇଥିଲା । ଅନ୍ୟପକ୍ଷରେ ସୋମବାର ହତ୍ୟାକାଣ୍ଡର ଶୁଣାଣି ଭିଡିଓ କନଫେରେନ୍ସ ମାଧ୍ୟମରେ ହୋଇଥିବାବେଳେ ଝାରସୁଗୁଡା କୋର୍ଟରେ ୩ ଜଣ ସାକ୍ଷୀ ସେମାନଙ୍କର ବୟାନ ଦେଇଥିଲେ । ଗୋପାଳ ଚୌଦ୍ୱାର ଜେଲରେ ଭିସି ମାଧ୍ୟମରେ ଥିଲା ବୋଲି  ଜେଲର୍‌ ଭୁବେନ୍ଦ୍ର ଭୂୟାଁ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.