ପ୍ରମୁଖ ଖବର
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡା ବୁଲାଇବା ସହ ଭଙ୍ଗାରୁଜା ଘଟଣା, ୨ ଆକ୍ରମଣକାରୀ ଗିରଫ

ଭୁବନେଶ୍ୱର, ୩୦।୪: ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡା ବୁଲାଇବା ସହ ଭଙ୍ଗାରୁଜା କରିଛନ୍ତି ୨ ଦୁର୍ବୃତ୍ତ । କାର୍ଯ୍ୟାଳୟରେ ଥିବା ଏସିଏଫଙ୍କୁ ୨ ଜଣ ଆକ୍ରମଣ କରିଥିଲେ । ୨ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ନନ୍ଦନକାନନ ଥାନା ପୁଲିସ୍ । 

ଗତକାଲିର ଘଟଣା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ ଓ ପରେ ପୁଲିସର ତନାଘନା ଆରମ୍ଭ ହୋଇଥିଲା । ପରେ ସିସିଟିଭି ଆଧାରରେ ୨ ଦୁର୍ବୃତ୍ତଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇଥିଲା । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ ଚାଲିଥିଲା । ପରେ ନନ୍ଦନକାନନ ଥାନା ପୁଲିସ୍ ଆକ୍ରମଣକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.