ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୨୦୨୪ ନିର୍ବାଚନ: ଝରିଗାଁରୁ ନରସିଂହ, ଡାବୁଗାଁରୁ ସୋମନାଥ ବିଜେପି ପ୍ରାର୍ଥୀ

ନବରଙ୍ଗପୁର, ୧୭।୪: ଜିଲ୍ଲାର ଝରିଗାଁ ଓ ଡାବୁଗାଁ ନିର୍ବାଚନମଣ୍ଡଳୀ ପାଇଁ ୨ ଜଣ ନୂଆ ଚେହେରାଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି । ଝରିଗାଁରୁ ନରସିଂହ ଭତ୍ରା ଓ ଡାବୁଗାଁରୁ ସୋମନାଥ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ଦଳ । ପୂର୍ବରୁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡିରୁ ଅଭିଜ୍ଞ ଓ ହେଭିୱେଟ୍‌ ନେତାମାନେ ପ୍ରାର୍ଥୀ ହୋଇଛନ୍ତି । ସେମାନଙ୍କୁ ଏଥର ଟକ୍କର ଦେବେ ବିଜେପି ଓ କଂଗ୍ରେସର ନବାଗତମାନେ । ଝରିଗାଁ ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ପୂର୍ବରୁ ୩ ଥର ବିଧାୟକ ହୋଇ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି । ଡାବୁଗାଁ ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ଅଭିଜ୍ଞ ବିଧାୟକ ମନୋହର ରନ୍ଧାରୀ । ସେ ବି ୨ ଥର ନବରଙ୍ଗପୁର ବିଧାୟକ ଓ ଏବେ ଡାବୁଗାଁ ବିଧାୟକ ଅଛନ୍ତି । ସାଧାରଣ ନିର୍ବାଚନରେ କେବେ ହାରିନାହାନ୍ତି । ତାଙ୍କୁ ଏଠାରେ ଏଥର ଟକ୍କର ଦେବେ ନବାଗତ ବିଜେପିର ସୋମନାଥ ଏବଂ କଂଗ୍ରେସର ହାରାବତୀ ଗଣ୍ଡ । 

ଉଭୟ ନିର୍ବାଚନମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ବିଜେପି ତୃତୀୟ ସ୍ଥାନରେ ରହିଆସିଛି । ଝରିଗାଁ ବିଜେପି ପ୍ରାର୍ଥୀ ନରସିଂହ ୨୦୧୯ରେ ଶିକ୍ଷକତା ଚାକିରି ଛାଡ଼ି ଦଳରେ ସାମିଲ ହୋଇଥିଲେ । ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ପଦରେ ଲଢ଼େଇ କରି ପରାସ୍ତ ହୋଇଥିଲେ । ତା’ ପରଠୁ ତୃଣମୂଳସ୍ତରରୁ ସଂଗଠନ ସୁଦୁଢ଼ କରିବାରେ ଲାଗିପଡ଼ିଛନ୍ତି । ୨୦୧୯ରେ ଝରିଗାଁ ବିଜେପି ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ । ଅଥଚ ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ବିଜେପି ପ୍ରାର୍ଥୀ କରିବାରୁ ସେ ବାଦ୍‌ ପଡ଼ିଥିଲେ । ଏଥର ବିଜେପି ତାଙ୍କ ଉପରେ ଭରସା କରି ଟିକଟ ଦେଇଛି । ଡାବୁଗାଁ ବିଜେପି ପ୍ରାର୍ଥୀ ସୋମନାଥ ପେସାରେ ଜଣେ ଆଇନଜୀବୀ । ୨୦୧୪ରୁ ବିଜେପିରେ ସକ୍ରିୟ କର୍ମକର୍ତ୍ତା ଭାବେ ରହିଛନ୍ତି । ୨୦୨୨ ପଞ୍ଚାୟତ ସମିତି ସଭ୍ୟ ପଦରେ ପ୍ରତିଦ୍ୱନ୍ଦ୍ୱିତା କରି କମ୍‌ ଭୋଟରେ ପରାସ୍ତ ହୋଇଥିଲେ । ତଥାପି ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ଲାଗିଛନ୍ତି । ସୂଚନାଥାଉକି, ଏଠାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ଝିଅ ଡା. ଲିପିକା ମାଝି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.