ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ରାଜଧାନୀରେ ଡେଙ୍ଗୁ ବେକାବୁ, ଭାଙ୍ଗୁନି ବିଏମ୍‌ସି କି ସ୍ୱାସ୍ଥ୍ୟ ବିଭାଗର ନିଦ: ନୂଆପଲ୍ଲୀ, ଆଚାର୍ଯ୍ୟବିହାର ପାଲଟିଛି ହଟସ୍ପଟ୍

ଭୁବନେଶ୍ୱର,୦୪/୦୯: ରାଜଧାନୀରେ ଡେଙ୍ଗୁ ଉପରମୁହାଁ । ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ଛୁଇଁଲାଣି ।  ସ୍ଥିତି ଏକ ପ୍ରକାର ବେକାବୁ । ହେଲେ ବିଏମ୍‌ସି କି ସ୍ୱାସ୍ଥ୍ୟ ବିଭାଗର ଚେତା ପଶୁନି । ସମସ୍ତେ ଆଶ୍ଚର୍ଯ୍ୟଜନକ ଭାବେ ଚୁପ ବସିଛନ୍ତି । ଲାଗୁଛି ସହରବାସୀଙ୍କ ପ୍ରତି କିଛି ଦରଦ ନାହିଁ । 

ସରକାରୀ ତଥ୍ୟ ଅନୁସାରେ ୨୯ ତାରିଖରେ ୭୯ ରୋଗୀ ଚିହ୍ନଟ ହୋଇଥିଲେ ।  ୩୦ ତାରିଖରେ ସଂଖ୍ୟା ସିଧା ବଢି ୧୦୦ ଛୁଇଁଥିଲା । ୩୧ ତାରିଖରେ ଚିହ୍ନଟ ହୋଇଥିଲେ ୯୯ ରୋଗୀ । ଭୁବନେଶ୍ୱରରୁ ୨୩ ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ଅଗଷ୍ଟ ମାସରେ ୧୨ ଶହ ରୋଗୀ ରହିଛନ୍ତି । 

ନୂଆପଲ୍ଲୀରୁ ସର୍ବାଧିକ ୧୩୨ ରୋଗୀ ଚିହ୍ନଟ ହୋଇଛନ୍ତି । ଆଚାର୍ଯ୍ୟବିହାରରୁ ୧୧୧, ଜୟଦେବବିହାରୁ ୮୬, ପଟିଆରୁ ୬୦, ସହିଦନଗରରୁ ୯୨ ରୋଗୀ ଚିହ୍ନଟ ହୋଇଛନ୍ତି । ୧୫୫ ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କଲାଣି । 

ଏ ତ ଗଲା ସରକାରୀ ହସ୍ପିଟାଲର ତଥ୍ୟ । ଘରୋଇ ହସ୍ପିଟାଲରେ ମାଳମାଳ ରୋଗୀ । ବେଡ୍‌ ବି ଅଭାବ ପଡିଲାଣି । ଭୁବନେଶ୍ୱର ବସ୍ତି , ଆପାର୍ଟମେଣ୍ଟ, ସରକାରୀ ଅଫିସ, ସବୁଠି ଡେଙ୍ଗୁ ମଶାଙ୍କ ରାଜ । ସହରରେ ସ୍ଥିତି ଗମ୍ଭୀର । ୬ ଜଣଙ୍କର ମୁଣ୍ଡ ବି ଗଡିଲାଣି । ହେଲେ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ରହସ୍ୟଜନକ ଭାବେ ଚୁପ ବସିଛନ୍ତି । ତା ଠୁ ବଡ କଥା ବିଏମ୍‌ସି କି ସ୍ୱାସ୍ଥ୍ୟ ବିଭାଗ ହାଲୁକା ଭାବେ କଥାକୁ ଗ୍ରହଣ କରିବା । 

ବିଏମ୍‌ସିର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ଠିକ୍‌ ଭାବରେ ଅଳିଆ ସଫା ହେଉନି । ମଶା ଅଣ୍ଡା ଦେବାକୁ ଛାଡି ଦିଆଯାଉଛି । ୧୦ ନୂଆ ଗାଡି ସାମିଲ ହୋଇଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ ।

ଏହି ପ୍ରସଙ୍ଗକୁ ପୂର୍ବ କର୍ପୋରେସନ ବୈଠକରେ କର୍ପୋରେଟରମାନେ ଅଭିଯୋଗ କଲେ । ଡେଙ୍ଗୁ ଦାଉରୁ ୱାର୍ଡବାସୀଙ୍କୁ ରକ୍ଷା କରିବାକୁ ନେହୁରା ହେଲେ । ହେଲେ ମେୟର, କମିଶନର ଏହାକୁ ଅତି ହାଲୁକା ଭାବେ ନେଇ ଭୁଲିଗଲେ ବୋଲି ଅଭିଯୋଗ ହୋଇଛି । 

ରବିବାର ୧୧୧୦ ଡେଙ୍ଗୁ ଟେଷ୍ଟିଂ କରାଯାଇଛି ।  ନୂଆ କରି ସାମିଲ ହୋଇଥିବା ପଟିଆ, ନୂଆପଲ୍ଲୀରେ ଟେଷ୍ଟିଂ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ୫୬୪, ପଟିଆରେ ୬୩ ଏବଂ ନୂଆପଲ୍ଲୀରେ ୧୪୯ ରୋଗୀ ଚିହ୍ନଟ ହୋଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.