ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନେପାଳ ମହିଳା ପର୍ବତାରୋହୀ ତଥା ଫଟୋସାମ୍ବାଦିକଙ୍କ ନୂଆ ରେକର୍ଡ, ଦୁଇ ସପ୍ତାହରେ ୩ ଥର ଚଢ଼ିଲେ ଏଭରେଷ୍ଟ

କାଠମାଣ୍ଡୁ,୨୬/୦୫: ନେପାଳର ମହିଳା ପର୍ବତାରୋହୀ ତଥା ଫଟୋ ସାମ୍ବାଦିକ ପୂର୍ଣ୍ଣିମା ଶ୍ରେଷ୍ଠା  ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଦୁଇ ସପ୍ତାହ ଭିତରେ ସେ ୩ଥର ଏଭରେଷ୍ଟ ଚଢ଼ି ପ୍ରଥମ ମହିଳା ଭାବେ ଇତିହାସ ରଚିଛନ୍ତି । ପ୍ରଥମେ ମେ ୧୨ରେ ସେ ୮୮୪୮.୮୬  ମିଟର ଉଚ୍ଚ ଏଭରେଷ୍ଟ ଆରୋହଣ କରିଥିଲେ । ଏହା ପରେ ମେ ୧୯ରେ ଏବଂ ତୃତୀୟଥର ପାଇଁ ମେ ୨୫ରେ ଏଭରେଷ୍ଟ ଚଢ଼ିଥିଲେ ।

ସେ ସାମିଲ ଥିବା ପର୍ବତାରୋହୀ ଟିମ୍‌ ତଥା ଏଇଟ କେ ଏକ୍ସପେଡିସନ ସଂସ୍ଥାର ନିର୍ଦ୍ଦେଶକ  ପେମ୍ବା ଶେରପାଙ୍କ ସୂଚନା ଅନୁସାରେ ତୃତୀୟ ଅଭିଯାନରେ ଶନିବାର ସକାଳ ୫ଟା ୫୦ରେ  ପୂର୍ଣ୍ଣିମା ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ ।  ଏହାକୁ ମିଶାଇ ପୂର୍ଣ୍ଣିମା ଏପର୍ଯ୍ୟନ୍ତ ୪ଥର ମାଉଣ୍ଟ  ଏଭରେଷ୍ଟ ଆରୋହଣ କରିଛନ୍ତି । ୨୦୧୮ରେ  ସେ ପ୍ରଥମକରି ଏଭରେଷ୍ଟ ଚଢ଼ିଥିଲେ ।  ୨୦୧୭ରେ ସେ ଏଭରେଷ୍ଟ ମାରାଥନରେ ଯାଇ  ବେସ୍‌ କ୍ୟାମ୍ପରେ ପହଞ୍ଚିଥିଲେ । ସେବେଠାରୁ  ତାଙ୍କର ଏଭରେଷ୍ଟ ଚଢ଼ିବାର ଆଗ୍ରହ ପ୍ରକାଶ  ପାଇଥିଲା । ସେହିବର୍ଷ ସେ ୮,୧୬୩ ମିଟର  ପର୍ଯ୍ୟନ୍ତ ଏଭରେଷ୍ଟ ଚଢ଼ିଥିଲେ । ଏଭରେଷ୍ଟ  ଆରୋହଣ କରି ସଫଳତା ହାସଲ କରିବା  ପୂର୍ବରୁ ପୂର୍ଣ୍ଣିମା ମାନସଲୁ, ଅନ୍ନପୂର୍ଣ୍ଣା, ଧଉଳଗିରି,  କାଞ୍ଚନଜଙ୍ଗା, ଲୋସେ, ମକଲୁ ଏବଂ ମାଉଣ୍ଟ  କେ-୨ ଆରୋହଣ କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.