ନୂଆଦିଲ୍ଲୀ,୧/୯ : ପଶ୍ଚିବଙ୍ଗର କେଜି କର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠିବାରେ ଲାଗିଛି । ମହିଳା ସୁରକ୍ଷା ମୁଦ୍ଦା ଉପରେ ବିପକ୍ଷ ବି ମମତା ସରକାର ଉପରେ ଆକ୍ରମଣାତ୍କ ହୋଇପଡ଼ିଛନ୍ତି । ଏହା ମଧ୍ୟରେ ପରଗନାର ମଧ୍ୟମଗ୍ରାମରେ ନାବାଳିକା ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ସମୟରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କ ଘର ଏବଂ ତାଙ୍କର ବନ୍ଧୁଙ୍କ ଦୋକାନ ଭାଙ୍ଗି ଦେଇଛନ୍ତି ।
ପରଗନାର ମଧ୍ୟମଗ୍ରାମରେ ନାବାଳିକା ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗକୁ ନେଇ ଅଭିଯୁକ୍ତଙ୍କ ଘର ଏବଂ ତାଙ୍କ ବନ୍ଧୁଙ୍କ ଦୋକାନ ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଛନ୍ତି । ଏହି ସମୟରେ ଭିଡ଼କୁ ନିୟନ୍ତ୍ରିତ କରିବାକୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ନେଇଛି ।
ଏହା ବ୍ୟତୀତ ସ୍ଥାନୀୟ ଟିଏମସି ପଞ୍ଚାୟତ ସଦସ୍ୟଙ୍କ ଘରେ ବି ଆକ୍ରମଣ କରାଯାଇଛି । ସ୍ଥାନୀୟ ଲୋକ ଅଭିଯୋଗ ଲଗାଇଛନ୍ତି କି ପଞ୍ଚାୟତ ସଦସ୍ୟଙ୍କ ସ୍ବାମୀ ମଧ୍ୟସ୍ଥିର ଭୂମିକା ନିଭାଇବାକୁ ପ୍ରୟାସ କରୁଥିଲେ । ସେହିଭଳି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ପଶ୍ଚିମବଙ୍ଗରେ ମହିଳା ସୁରକ୍ଷା ମୁଦ୍ଦାକୁ ନେଇ ମମତା ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି ।