ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ବିଜୟ ହଜାରେ ଟ୍ରଫି: ଓଡିଶା ଦଳ ଘୋଷଣା, ବିପ୍ଳବଙ୍କୁ ନେତୃତ୍ୱ, ଦେବେନ୍ଦ୍ର ସାମିଲ

କଟକ,୧୬/୧୧: ବିସିସିଆଇ  ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ  ଘୋଷଣା ହୋଇଛି । ସିନିୟର ପୁରୁଷ ଦଳ  ଚୟନ କମିଟି ଅଧ୍ୟକ୍ଷ ଅମିୟ ରାୟ ଓ  କୋଚ୍‌ ଦିନେଶ ମୋଙ୍ଗିଆ ଉପସ୍ଥିତ ରହି  ଦଳ ଘୋଷଣା କରିଥିଲେ । ଘୋଷିତ ୧୮  ଜଣିଆ ଦଳର ନେତୃତ୍ୱ ନେବେ ବିପ୍ଳବ  ସାମନ୍ତରାୟ । ନବାଗତ ଭାବେ ଦେବେନ୍ଦ୍ର  କୁଅଁର ଦଳରେ ସାମିଲ ହୋଇଛନ୍ତି । ଟିଟ୍ୱେଣ୍ଟି ଫର୍ମାଟ୍‌ରେ ପୂର୍ବରୁ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରି ସାରିଥିବା ଦେବେନ୍ଦ୍ର  ଲିଷ୍ଟ-ଏ ଫର୍ମାଟ୍‌ରେ ପଦାର୍ପଣ କରିବେ ।  ଯୁବ ତାରକା ପେସ୍‌ ବୋଲର ରାଜେଶ  ମହାନ୍ତି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।   

ବିଜୟ ହଜାରେ ଟ୍ରଫି ଆସନ୍ତା ୨୩ରୁ  ଆରମ୍ଭ ହେବ । ଓଡି଼ଶା ଦଳ ଲିଗ୍‌ ପର୍ଯ୍ୟାୟର  ସମସ୍ତ ମ୍ୟାଚ ବେଙ୍ଗାଲୁରୁରେ ଖେଳିବ ।  ପ୍ରଥମ ମୁକାବିଲାରେ ଦଳ ତ୍ରିପୁରାକୁ  ଭେଟିବ । ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି  ଟୁର୍ଣ୍ଣାମେଣ୍ଟରେ ଦଳରୁ ବାଦ୍‌ ପଡ଼ିଥିବା ବିପ୍ଳବ  ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହ ତାଙ୍କୁ  ଅଧିନାୟକ ଦାୟିତ୍ୱ ଦିଆଯାଇଛି । ବାମହାତୀ  ଓପନର ଅନୁରାଗ ଷଡଙ୍ଗୀ ମଧ୍ୟ ଦଳକୁ  ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶୁଭ୍ରାଂଶୁ ଶେଖର  ସେନାପତି, ଗୋବିନ୍ଦ ପୋଦ୍ଦାର, ଶାନ୍ତନୁ  ମିଶ୍ର, କାର୍ତ୍ତିକ ବିଶ୍ୱାଳ, ରାକେଶ ପଟ୍ଟନାୟକ, ଦେବେନ୍ଦ୍ର ପ୍ରମୁଖ ବ୍ୟାଟର ଭାବେ ଦଳରେ ସ୍ଥାନ ପାଇଛନ୍ତି । ୱିକେଟ କିପର ରାଜେଶ  ଧୂପର ଏବଂ ପ୍ରବୀଣ ଲୁହାଙ୍କୁ ସାମିଲ  କରାଯାଇଛି । ସ୍ପିନର ଭାବେ ହର୍ଷିତ ରାଥୋଡ  ଏବଂ ଅଭିଷେକ ଯାଦବଙ୍କୁ ଦଳରେ  ନିଆଯାଇଥିବା ବେଳେ ସ୍ପିନ୍‌ ଅଲରାଉଣ୍ଡର  ଅଭିଷେକ ରାଉତ ମଧ୍ୟ ଚୂଡାନ୍ତ ଦଳରେ  ସ୍ଥାନ ପାଇଛନ୍ତି । ପ୍ରୟାସ ସିଂହ, ତରଣୀ  ସ’, ରାଜେଶ ମହାନ୍ତି, ଦେବବ୍ରତ  ପ୍ରଧାନ ପେସ୍‌ ବୋଲିଂ ଭାର ସମ୍ଭାଳିବେ । 

ଓଡ଼ିଶା ଦଳ: ବିପ୍ଳବ ସାମନ୍ତରାୟ  (ଅଧିନାୟକ), ସନ୍ଦୀପ ପଟ୍ଟନାୟକ,  ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ଶେଖର  ସେନାପତି, ଅଭିଷେକ ରାଉତ, ଶାନ୍ତନୁ  ମିଶ୍ର, ଗୋବିନ୍ଦ ପୋଦ୍ଦାର, କାର୍ତ୍ତିକ  ବିଶ୍ୱାଳ, ରାକେଶ ପଟ୍ଟନାୟକ, ରାଜେଶ  ଧୂପର(ୱିକେଟ କିପର), ପ୍ରବୀଣ  ଲୁହା(ୱିକେଟ କିପର), ପ୍ରୟାସ ସିଂହ,  ତରଣୀ ସ’, ହର୍ଷିତ ରାଥୋଡ, ରାଜେଶ  ମହାନ୍ତି, ଦେବବ୍ରତ ପ୍ରଧାନ, ଅଭିଷେକ  ଯାଦବ, ଦବେନ୍ଦ୍ର କୁଅଁର

Copyright © 2022 - Summa Real Media Private Limited. All Rights Reserved.