ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

୧୭ରେ କ୍ୟାମ୍ପସ ଯାଞ୍ଚ କରିବେ ଶିକ୍ଷକ, ୧୮ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୦୯/୦୬: ଆସନ୍ତା ୧୮ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଛୁଟି ଘୋଷଣା କରାଯାଇଥିଲା । ତେବେ ୧୭ ତାରିଖରେ ଇଦ୍‌ ପଡ଼ୁଥିବାରୁ  ଏକାଡେମିକ୍‌ କ୍ୟାଲେଣ୍ଡର ଅନୁସାରେ ୧୮ରେ ସ୍କୁଲ ଖୋଲାଯିବ । 

ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ କ୍ୟାମ୍ପସକୁ ପରିଷ୍କାର କରାଯିବ । ସ୍କୁଲ  ଖୋଲିବାର ଦିନକ ପୂର୍ବରୁ ଅର୍ଥାତ୍‌ ୧୭ ତାରିଖ ଦିନ ସ୍କୁଲକୁ ସମସ୍ତ  ଶିକ୍ଷକ ଓ କର୍ମଚାରୀ ଆସିବାକୁ କୁହାଯାଇଛି । ସମସ୍ତ କ୍ଲାସ୍‌ରୁମ୍‌ ଯାଞ୍ଚ  କରିବା ସହ ଆସବାବପତ୍ର ପ୍ରସ୍ତୁତ କରିବାକୁ କୁହାଯାଇଛି । ସ୍ମାର୍ଟ  କ୍ଲାସ୍‌ରୁମ୍‌ ଓ ଇ-ଲାଇବ୍ରେରୀକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସପ୍ତାହ  ପୂର୍ବରୁ ଇଣ୍ଟରନେଟ୍‌ ସଂଯୋଗକୁ ସୁନିଶ୍ଚିତ କରିବାକୁ କୁହାଯାଇଛି ।  ଏପରିକି ୧୭ ତାରିଖ ଦିନ ପିଲାଙ୍କ ମଧ୍ୟାହ୍ନଭୋଜନ ପାଇଁ ଆଗୁଆ  ସମସ୍ତ ପ୍ରସ୍ତୁତି କରାଯିବ । ପାଚିକା ଓ ସହାୟିକା ଖାଦ୍ୟ ସାମଗ୍ରୀ ଯାଞ୍ଚ  କରିବା ସହ ଗ୍ୟାସ ଷ୍ଟୋଭ୍‌ ଯାଞ୍ଚ କରିବେ ।  

ଅନ୍ୟପଟେ ୧୮ ତାରିଖରେ ସ୍କୁଲ ଖୋଲିବାକୁ ଏକାଡେମିକ୍‌  କ୍ୟାଲେଣ୍ଡରରେ ଥିବା ବେଳେ ଶିକ୍ଷକମାନଙ୍କୁ ୧୭ରେ ସ୍କୁଲ ଆସିବା ନିର୍ଦ୍ଦେଶକୁ ଶିକ୍ଷକ ସଂଘ ନିନ୍ଦା କରିଛି । ଶିକ୍ଷକ ନେତା ପ୍ରଦୀପ କୁମାର  ନାୟକ କହିଛନ୍ତି, ଖରା ଛୁଟିରେ ଆମକୁ ରୋଷ୍ଟର ଡ୍ୟୁଟି କରାଇଲେ ସରକାର । ନିର୍ବାଚନ ଡ୍ୟୁଟିରେ ମଧ୍ୟ ନିୟୋଜିତ କରାଯାଇଥିଲା ।  ନିୟମ ଅଛି ୧୮ରେ ଯୋଗ ଦେବୁ ତେବେ କ'ଣ ପାଇଁ ଗୋଟିଏ  ଦିନ ଆଗୁଆ ସ୍କୁଲ ଯିବୁ ବୋଲି ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.