ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋମବାର ଓଡ଼ିଶାରେ ବିଜେପି ସରକାର: ସକାଳେ ମୁଖ୍ୟମନ୍ତ୍ରୀ ଘୋଷଣା, ସନ୍ଧ୍ୟାରେ ଶପଥ, ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୦୯/୦୬:  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ।  କାହା ମୁଣ୍ଡରେ ସୁନାକଳସ ଢାଳିବ  ବିଜେପିର ସଂସଦୀୟ ବୋର୍ଡ?   ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ  ସସ୍‌ପେନ୍ସ ଲାଗି ରହିଛି । ମୁଖ୍ୟମନ୍ତ୍ରୀ  ଚୟନ ପାଇଁ ଦିଲ୍ଲୀରେ ମାରାଥନ୍‌  ବୈଠକ ଚାଲିଛି । ସଂସଦୀୟ ବୋର୍ଡ  ନିଷ୍ପତ୍ତି ପରେ ହିଁ ୧୦ ତାରିଖ ସକାଳେ  ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବ ।   ସନ୍ଧ୍ୟାରେ ଶପଥ ନେବେ । ମୁଖ୍ୟମନ୍ତ୍ରୀଙ୍କ   ସମେତ ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ   ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଏହି   ସମାରୋହରେ ଶପଥ ନେବେ ବୋଲି   ସୂଚନା ମିଳିଛି ।  

ରାଜ୍ୟ ବିଜେପି ସଭାପତି   ମନମୋହନ ସାମଲ, ବିରୋଧୀ ଦଳ  ନେତା ଜୟନାରାୟଣ ମିଶ୍ର, ପୃଥ୍ୱୀରାଜ  ହରିଚନ୍ଦନଙ୍କ ସମେତ ଅନେକ   ବିଧାୟକ ଓ ସବୁ ସାଂସଦ ଗତ ଦୁଇ  ଦିନ ଧରି ଦିଲ୍ଲୀରେ ଥିଲେ । ଗୃହମନ୍ତ୍ରୀ  ଅମିତ୍‌ ଶାହ ଓ ରାଷ୍ଟ୍ରୀୟ ସଭାପତି  ଜେପି ନଡ୍ଡାଙ୍କ ସହ ଓଡ଼ିଶା ନେତାଙ୍କର   ଆଲୋଚନା ହୋଇଛି । ଏଥିରେ   ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତାହା   ଚୂଡ଼ାନ୍ତ ହୋଇସାରିଥିବା କୁହାଯାଉଛି ।   ସଂସଦୀୟ ବୋର୍ଡ ଏହି ନାଁ ଉପରେ   ମୋହର ମାରିବା ପରେ ଏହା   ଘୋଷଣା କରାଯିବ ବୋଲି ବିଜେପି  ସୂତ୍ରରୁ ଜଣାପଡ଼ିଛି ।  

ଏନ୍‌ଡିଏ ବୈଠକରେ ସାମିଲ  ପରେ ରାଜ୍ୟ ସଭାପତି ମନମୋହନ   ସାମଲ ଆଜି ଦିଲ୍ଲୀରୁ ଭୁବନେଶ୍ୱର   ଫେରିଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଆଉ   ଦୁଇ ଦିନ ଧୈର୍ଯ୍ୟ ରଖନ୍ତୁ । ସଂସଦୀୟ   ବୋର୍ଡରେ ଆଲୋଚନା ପରେ   ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ।   ସଂସଦୀୟ ବୋର୍ଡରେ ଅନେକ ଅନୁଭବୀ   ନେତା ଅଛନ୍ତି । ସେମାନେ ଆମ ରାଜ୍ୟର   ମଣ୍ଡଳ ସ୍ତରୀୟ ନେତାଙ୍କୁ ବି ଜାଣନ୍ତି ।   

ଓଡ଼ିଶାର ସରକାର କେମିତି ହେବ,   ମନ୍ତ୍ରୀମଣ୍ଡଳର ରୂପରେଖ କ’ଣ   ରହିବ, ସେମାନେ ଏହା ନିଷ୍ପତ୍ତି   ନେବେ । ମନ୍ତ୍ରୀମଣ୍ଡଳର ସଦସ୍ୟ   ସମ୍ପର୍କରେ ବି ସଂସଦୀୟ ବୋର୍ଡ   ନିଷ୍ପତ୍ତି ନେବ । ୧୦ ତାରିଖରେ ଜନତା   ମଇଦାନ ଏକ ଐତିହାସିକ ମୁହୂର୍ତ୍ତର   ସାକ୍ଷୀ ହେବ । ସେହିଦିନ ସନ୍ଧ୍ୟାରେ   ଓଡ଼ିଆ ଅସ୍ମିତାର ପ୍ରତିଫଳନ ହେବ   ବୋଲି ମନମୋହନ କହିଛନ୍ତି ।  ମୁଖ୍ୟମନ୍ତ୍ରୀ ହେବା ନେଇ   ତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା   ପ୍ରଶ୍ନର ଉତ୍ତର ରଖି ମନମୋହନ   ଗଣମାଧ୍ୟମକୁ କହିଛନ୍ତି, ମୁଁ ଆଦୌ   କୌଣସି ରେସ୍‌ରେ ନାହିଁ । ସଂସଦୀୟ   ବୋର୍ଡ ଯାହା ନାଁ ଉପରେ ନିଷ୍ପତ୍ତି ନେବ   ସେ ମୁଖ୍ୟମନ୍ତ୍ରୀ ହେବେ ।

ଦଳର ରାଜ୍ୟ ସଭାପତି ଭାବେ ମୁଁ ମୋ ଦାୟିତ୍ୱ ତୁଲାଉଛି । ଆମ ଦଳର ଅଗଣିତ କାର୍ଯ୍ୟକର୍ତ୍ତା ଅଜସ୍ର ପରିଶ୍ରମ  କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବି ବହୁତ ପରିଶ୍ରମ  କରିଛନ୍ତି । ସମସ୍ତଙ୍କ ପାଇଁ ଏହି ଅଭୂତପୂର୍ବ ସଫଳତା  ପାଇଛି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।  ସାହିତ୍ୟ, କଳା ଓ ସଂସ୍କୃତି କ୍ଷେତ୍ରର କ୍ଷେତ୍ରର ବିଶିଷ୍ଟ  ବ୍ୟକ୍ତିଙ୍କୁ ନିମନ୍ତ୍ରିତ କରାଯିବ । ସବୁ କ୍ଷେତ୍ରର ଲୋକ  ଏହି ସମାରୋହରେ ସାମିଲ ହେବେ । ଆମ ଦଳର  କାର୍ଯ୍ୟକର୍ତ୍ତାମାନେ ବି ଆସିବେ ବୋଲି ସେ କହିଛନ୍ତି । 

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରେସ୍‌ରେ ସବୁଠୁ ଆଗରେ  ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ମୋହନ ମାଝି, କନକ ବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀଙ୍କ ନାଁ ବି ଚର୍ଚ୍ଚାରେ ଅଛି । ସଂସଦୀୟ ବୋର୍ଡରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ମରାଯିବ । 

୧୦ ତାରିଖ ବା ସୋମବାର ଦିନ ୧୦ଟାରେ ବିଜେପିର  ବିଧାୟକ ଦଳ ବୈଠକ ବସିବ । ଦଳର ଦୁଇ ଜଣ  କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବୈଠକରେ ସାମିଲ ହେବେ ।  ବିଧାୟକ ଦଳ ବୈଠକରେ ଔପଚାରିକ ଆଲୋଚନା  ପରେ ସଂସଦୀୟ ବୋର୍ଡ ପଠାଇଥିବା ନାଁ ଘୋଷଣା ହେବ ।  ୧୧ଟା ସୁଦ୍ଧା ରାଜ୍ୟପାଳଙ୍କ ପାଖକୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ  ପଠାଯିବ ବୋଲି ସୂଚନା ମିଳିଛି । ଏହାପରେ ଗଣମାଧ୍ୟମକୁ  ସୂଚନା ଦିଆଯିବ । ସେପଟେ ଶପଥ ଗ୍ରହଣ ସମାରୋହ  ପାଇଁ ଜନତା ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି ।  ପ୍ରାୟ ୩୦ହଜାରରୁ ୪୦ ହଜାର ଲୋକ ଏଥିରେ ସାମିଲ  ହେବେ । ପ୍ରଧାନମନ୍ତ୍ରୀ ଯୋଗ ଦେବାର ଥିବାରୁ ପୂରା  ପଡ଼ିଆ ଏସ୍‌ପିଜି ସୁରକ୍ଷା ବଳୟରେ ରହିବ । ଶପଥ  ଗ୍ରହଣ ସମାରୋହକୁ ଭଲରେ ଆୟୋଜନ କରିବାକୁ  ପ୍ରାୟ ୨୫୦ ଅଫିସରଙ୍କୁ ଓଏସ୍‌ଡି ଭାବେ ସ୍ୱତନ୍ତ୍ର ଦାୟିତ୍ୱ  ଦିଆଯାଇଛି । ନିମନ୍ତ୍ରିତ ଅତିଥିଙ୍କୁ ସ୍ୱାଗତ ଓ ସି-ଅଫ୍‌ଠାରୁ  ନେଇ ମଞ୍ଚ ପରିଚାଳନା, ଖାଦ୍ୟପେୟ ଓ ପୂରା କାର୍ଯ୍ୟକ୍ରମର  ତଦାରଖ ପାଇଁ ଅଲଗା ଅଲଗା ପ୍ରଶାସନିକ ଅଧିକାରୀଙ୍କୁ  ଦାୟିତ୍ୱ ବଣ୍ଟାଯାଇଛି । ନିଜେ ମୁଖ୍ୟ ଶାସନ ସଚିବ ଓ  ପୁଲିସ ଡିଜି ସମସ୍ତ ଆୟୋଜନକୁ ତଦାରଖ କରୁଛନ୍ତି ।

  • PrameyaOdia
  • prameya
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.