ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ

ରାଉରକେଲା,୨୦/୦୪: ରାଉରକେଲା ନିର୍ବାଚନ ମଣ୍ଡଳୀରେ  ବିଜେପିରୁ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବା ପରେ ଦେଖା ଦେଇଛି ବିବାଦ । ଟିକଟ  ଆଶାରେ ଥିବା ବିଜେପିର ବରିଷ୍ଠ ନେତା  ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ନିହାର ରାୟ ଦିଲ୍ଲୀପ ରାୟଙ୍କ ପାଇଁ କଣ୍ଟା  ସାଜିବେ ବୋଲି ସହରରେ ଚାଲିଛି ଚର୍ଚ୍ଚା । ସେହିପରି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ତିନିଥର ଟିକଟ ଦୌଡ଼ରୁ  ବାଦ ପଡ଼ିଥିବାରୁ ସେ ମଧ୍ୟ ନିରାଶ ହୋଇଛନ୍ତି ।  

ରାଉରକେଲାରୁ ଦିଲ୍ଲୀପ ପ୍ରାର୍ଥୀ  ନିର୍ବାଚନ ଲଢ଼ିବେ ବୋଲି ବିଜେପିର  କେନ୍ଦ୍ରୀୟ କମିଟି ତାଙ୍କ ନାମ ଘୋଷଣା  କରିବା ପରେ ବିବାଦ ଘନେଇଥିଲା ।  ପୁରୁଣା ବିଜେପି କର୍ମୀମାନଙ୍କ ମଧ୍ୟରେ  ଦେଖା ଦେଇଥିଲା ଅସନ୍ତୋଷ । ନିହାର  ଦଳ ପାଇଁ ଅନେକ କିଛି କରିଥିବାରୁ  ଦଳ ତାଙ୍କ ପ୍ରତି ବିଶ୍ୱାସଘାତକତା  କରିଛି ବୋଲି କର୍ମୀ ତଥା ନିହାରଙ୍କ  ସମର୍ଥକ କହୁଛନ୍ତି । କଣ ପାଇଁ ବରିଷ୍ଠ  ନେତାମାନେ ମୋ ସହିତ ଏଭଳି କଲେ  ସେ ନେଇ ଆଲୋଚନା କରିବି ବୋଲି  ନିହାର କହିବା ସହ କାନ୍ଦି ପକାଇଥିଲେ ।  ନିହାର କଣ ସ୍ୱାଧୀନ ଭାବେ ନିର୍ବାଚନ  ଲଢ଼ିବେ ଏ ନେଇ ମଧ୍ୟ ସହରବାସୀଙ୍କ  ମଧ୍ୟରେ ଚର୍ଚ୍ଚା ହେଉଥିବା ବେଳେ ନିହାର  କହିଥିଲେ ସମୟକୁ ଅପେକ୍ଷା କରନ୍ତୁ ।  ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଦିଲ୍ଲୀପଙ୍କୁ  ନିହାର ଖୋଲାଖୋଲି ବିରୋଧ କରୁଛନ୍ତି ।  ନିହାରଙ୍କୁ ବୁଝାଇବାକୁ ଦିଲ୍ଲୀପ ଥରେ  କି ଦୁଇ ଥର ନୁହେଁ ୫ ଥର ଚେଷ୍ଟା  କରି ବିଫଳ ହୋଇଛନ୍ତି । ଶୁକ୍ରବାର ମଧ୍ୟ ଦିଲ୍ଲୀପ ନିହାରଙ୍କ ଘରକୁ ବୁଝାଇବାକୁ  ଯାଇଥିଲେ । ମାତ୍ର ସେମାନଙ୍କ ମଧ୍ୟରେ  ଆଲୋଚନା କଣ ହେଲା ତାହା ସ୍ପଷ୍ଟ  ହୋଇନାହିଁ ।  

ରାଜ୍ୟ ମୁଖପାତ୍ର ଧୀରେନ  ସେନାପତି ମଧ୍ୟ ନିରାଶ ହୋଇପଡିଛନ୍ତି ।  ଫେସବୁକ୍‌ରେ ଧୀରେନ ପୋଷ୍ଟ  କରିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ  କରିଛନ୍ତି ଯେ, ସେ ଦଳର ଜଣେ ବରିଷ୍ଠ  କର୍ମୀ । ଦୀର୍ଘ ଦିନ ହେବ ଦଳରେ ରହିଛି  କାର୍ଯ୍ୟ କରି ଆସୁଛନ୍ତି । ୨୦୧୪, ୨୦୧୯ ଏବଂ ୨୦୨୪ରେ ବିଜେପିରୁ ଟିକଟ  ଦୌଡ଼ରେ ଥିଲେ । ଶେଷ ମୁହୂର୍ତ୍ତରେ  ଟିକଟରୁ ବଞ୍ଚିତ ହେଲେ । ତାଙ୍କର କ୍ଷୋଭ, ଅସନ୍ତୋଷ ରହିବା ସ୍ୱାଭାବିକ । ଦଳର  ନିଷ୍ପତ୍ତିକୁ ସେ ସମ୍ମାନ ଜଣାଇଛନ୍ତି ।

  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.