ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏକଜିଟ୍ ପୋଲ୍‌ରେ ଓଡିଶା ଲୋକସଭା ସିଟ୍ : ବିଜେପିର ବଢୁଛି ସଂଖ୍ୟା, ବିଜେଡିର କମୁଛି

ଭୁବନେଶ୍ବର,୧।୬  : ଦେଶରେ ସାଧାରଣ  ନିର୍ବାଚନ ଶେଷ ହୋଇଛି।  ଶନିବାର ଥିଲା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପକ୍ରିୟା।  ନିର୍ବାଚନ ଫଳାଫଳ ଆସନ୍ତା ଜୁନ ୪ ତାରିଖରେ ପ୍ରକାଶ ପାଇବ।  ଫଳାଫଳକୁ ନେଇ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଆସିଛି ଏକଜିଟ୍ ପୋଲ  ତଥା ବୁଥ ବାହୁଡା ମତ। ଓଡିଶାରେ  ଲୋକସଭା ଆସନରେ  ୨୦୧୯ ତୁଳନାରେ ବିଜେପି ଚମତ୍କାର ପ୍ରଦର୍ଶନ କରୁଥିବା ଆକଳନ କରାଯାଇଛି। ଆଉ ବିଜେଡି ଦୁଇ ଅଙ୍କ ଡେଇଁ ପାରୁ ନ ଥିବା  ସମସ୍ତ ଏକଜିଟ୍ ପୋଲରେ ଦର୍ଶାଯାଇଛି। ପୁଣି ଥରେ ଓଡ଼ିଶାରେ  କଂଗ୍ରେସ ସଫଳତା ହାସଲ କରିପାରୁ  ନାହିଁ।  ଏକଜିଟ ପୋଲ ଆକଳନ ଅନୁଯାୟୀ ଗତ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ବିଜେଡିର ସିଟ୍  କମୁଛି ଓ ବିଜେପିର ବଢୁଛି।

ଇଣ୍ଡିଆ ଟିଭିର ଏକଜିଟ ପୋଲ୍ ଅନୁଯାୟୀ ଓଡ଼ିଶାର ୨୧ଟି ଆସନ ମଧ୍ୟରୁ ବିଜେପି ୧୫ରୁ ୧୭ଟି ଆସନରେ ବିଜୟୀ ହେଉଛି। ସେହିପରି ବିଜେଡି ୪ରୁ ୬ଟି ଆସନ ମଧ୍ୟରେ ସୀମିତ ରହିବ। ଆଉ କଂଗ୍ରେସ ଗତ ନିର୍ବାଚନ ଭଳି ଚଳିତ ଥର ୦ରୁ ୧ଟି ଆସନ ହାତେଇବାକୁ ସକ୍ଷମ ହେବ। 

ସେହିପରି ଜନ-କି-ବାତ ଏକଜିଟ ପୋଲ୍  ଅନୁଯାୟୀ ବିଜେପି ୧୫ରୁ ୧୮ଟି  ଆସନ ଜିତୁଛି। ବିଜେଡିରୁ ଅତି ବେଶୀରେ ୩-୭ଟି ଆସନରେ ବିଜୟୀ ହୋଇପାରେ। କଂଗ୍ରେସ  କୌଣସି ଆସନ ହାସଲ କରିବାକୁ ସକ୍ଷମ ହେବ ନାହିଁ।

ଏନଡିଟିଭିର ଏକଜିଟ୍ ପୋଲ ଅନୁଯାୟୀ ବିଜେପି ୧୫ ସିଟ୍ ହାତଉଥିବା ବେଳେ ବିଜେଡି ୩ ରୁ ୮ଟି ସିଟ୍  ହାସଲ କରିବ। ଆଉ କଂଗ୍ରେସ ଓଡିଶାରେ ଖାତା ଖୋଲି ପାରୁ ନାହିଁ। 

ନ୍ୟୁଜ-୨୪ ଏକଜିଟ୍ ପୋଲ ଅନୁଯାୟୀ  ବିଜେପି ୧୬ଟି ଆସନ ହାତଉଥିବା ବେଳେ ବିଜେଡି ୪ଟି ଆସନ ହାସଲ କରିବ। କଂଗ୍ରେସ କୌଣସି ଆସନ ପାଇବ ନାହିଁ। 

 ଇଟିଜିର ସର୍ଭେ ଅନୁସାରେ ୨୧ଟି ଆସନରୁ ବିଜେପି ୧୩ ଟି ଓ ବିଜେଡିର ୮  ହାତେଇବ। କଂଗ୍ରେସ ଖାତା ଖୋଲି ପାରିବ ନାହିଁ। 

ଏକଜିଟ୍ ପୋଲର ସଂଖ୍ୟାକୁ ଦେଖିଲେ  ବିଜେଡିକୁ ଶକ୍ତ ଧକ୍କା ଲାଗୁଛି। ଗତ ନିର୍ବାଚନରେ ୧୨ଟି ସିଟ୍ ହାତେଇଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ଦୁଇ ଅଙ୍କ ଆସନରେ ପହଞ୍ଚି ପାରୁ ନାହିଁ।  ବିଜେପି ସଫଳତା ହାସଲ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.