ପ୍ରମୁଖ ଖବର
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଭାରତ ନିର୍ବାଚନ କମିଶନଙ୍କ ବିଏଲ୍‌ଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲ୍‌ଓ ମାସ୍କଟ 'ମିତା ଦିଦି'

ଭୁବନେଶ୍ୱର,୧୯/୦୩: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍‌ଓ ମାସ୍କଟ  "ମିତା ଦିଦି'କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲ୍‌ଓ ପତ୍ରିକାରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତି । "ମିତା ଦିଦି' ବର୍ତ୍ତମାନ ଦେଶରେ ବିଏଲ୍‌ଓ ମାସ୍କଟ ପାଲଟିଛି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲ୍‌ଓମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।   

ନିର୍ବାଚନ ପ୍ରକ୍ରିୟାରେ ବିଏଲ୍‌ଓ (ବୁଥ୍‌ ଲେବୁଲ୍‌ ଅଫିସର)ମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି । ବାହାରକୁ ଜଣାପଡ଼ୁ ନ ଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଗୁରୁଦାୟିତ୍ୱ ବହନ କରୁଥିବାରୁ ସେମାନଙ୍କୁ ନିର୍ବାଚନର "ଅକୀର୍ତ୍ତିତ ନାୟକ' ଭାବେ ଅଭିହିତ କରାଯାଏ । ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ବିଏଲ୍‌ଓମାନଙ୍କ ଦାୟିତ୍ୱକୁ ଭୂୟସୀ ପ୍ରଶଂସା କରି ଶ୍ରୀ ଧଳ ଆସନ୍ତା ସାଧାରଣ ନିର୍ବାଚନରେ ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବେ ବୋଲି କହିଛନ୍ତି । 

ବର୍ତ୍ତମାନ ଓଡ଼ିଶାର "ମିତା ଦିଦି' ସମଗ୍ର ଦେଶର ବୁଥ୍‌ସ୍ତରୀୟ ଅଧିକାରୀଙ୍କ ପ୍ରତିନିଧି ପାଲଟିଛି । ଏହା ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀ ତଥା ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏହା ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.