ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଆବୁଧାବି ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ପ୍ରଥମ ମାସରେ ସାଢେ ୩ ଲକ୍ଷରୁ ଅଧିକ ଭକ୍ତ କରିଛନ୍ତି ପରିଦର୍ଶନ…

ନୂଆଦିଲ୍ଲୀ: ରାଜସ୍ଥାନର ଗୋଲାପୀ ବାଲୁକା ପଥରରେ ନିର୍ମିତ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ଗତ ମାସରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । ଏହି ମନ୍ଦିରକୁ ଏକ ମାସ ମଧ୍ୟରେ ସାଢେ ୩ ଲକ୍ଷରୁ ଅଧିକ ଭକ୍ତ ପରିଦର୍ଶନ କରିସାରିଲେଣି । 

ସୂଚନାଥାଉକି, ଏହି ମନ୍ଦିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀରେ ବସନ୍ତ ପଞ୍ଚମୀ ତିଥୀରେ ଉଦଘାଟନ କରିଥିଲେ ଏବଂ ମାର୍ଚ୍ଚ ୧ ରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲା ଯାଇଥିଲା। ମନ୍ଦିରର ଜଣେ ମୁଖପାତ୍ର କହିଛନ୍ତି ଯେ, 'ପ୍ରଥମ ମାସରେ ପ୍ରାୟ ସାଢେ ତିନି ଲକ୍ଷ ଭକ୍ତ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ଏଥି ମଧ୍ୟରୁ ୫୦ ହଜାର ଶ୍ରଦ୍ଧାଳୁ ପ୍ରତ୍ୟେକ ସପ୍ତାହ ଶେଷରେ (ଶନିବାର-ରବିବାର) ପରିଦର୍ଶନ କରିଥିଲେ । ସେ କହିଛନ୍ତି, 'ଗଙ୍ଗା ଆରତୀ ମଙ୍ଗଳବାର ଠାରୁ ରବିବାର ସନ୍ଧ୍ୟା ସାଢେ ୭ଟା ସମୟରେ ସ୍ବାମିନାରାୟଣ ଘାଟ କୂଳରେ ଅନୁଷ୍ଠିତ ହୋଇଥାଏ । ସୂଚନାଥାଉକି,ଯେ ଏହି ଘାଟ ଭାରତରୁ ଅଣାଯାଇଥିବା ଗଙ୍ଗା ଏବଂ ଯମୁନାର ପବିତ୍ର ଜଳ ବ୍ୟବହାର କରି ନିର୍ମାଣ କରାଯାଇଛି ।

ଏହି ଭବ୍ୟ ମନ୍ଦିରକୁ ଫେବୃଆରୀ ୧୪ରେ ଏକ ସମାରୋହ ଆୟୋଜନ କରି ଉଦଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୫ ହଜାରରୁ ଅଧିକ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ । ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ସ୍ଥାପତ୍ୟରେ ୟୁଏଇର ସାତଟି ଏମିରେଟକୁ ପ୍ରତିନିଧିତ୍ବ କରୁଥିବା ସାତ ମିନାର, ଓଟର ନକ୍ସା ଏବଂ ଜାତୀୟ ପକ୍ଷୀ ବାଜକୁ ମଧ୍ୟ ସ୍ଥାନିତ କରାଯାଇଛି । ମନ୍ଦିରର ନିର୍ମାଣ ବିଏପିଏସ ସ୍ବାମୀନାରାୟଣ ସଂସ୍ଥା ଦୁବାଇ-ଆବୁଧାବି ଶେଖ ଜାଏଦ ରାଜପଥରେ ଅଲ ରହବା ନିକଟ ଆବୁ ମୁରିଖାରେ ୨୭ ଏକର ଜମିରେ ପ୍ରାୟ ୭ ଶହ କୋଟି ଟଙ୍କା ବ୍ୟୟରେ କରାଯାଇଛି । ବିଶେଷ କଥା ହେଉଛି ମନ୍ଦିର ପାଇଁ ଜମି ୟୁଏଇ ସରକାର ଦାନ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.