ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

୨୦୨୫ ସୁଦ୍ଧା ପାକିସ୍ତାନ ପାଖରେ ଥିବ ୨ଶହ ଆଣବିକ ଅସ୍ତ୍ରଶସ୍ତ୍ର, ଆମେରିକା ବୈଜ୍ଞାନିକଙ୍କ ଖୁଲାସା...

ନୂଆଦିଲ୍ଲୀ: ପାକିସ୍ତାନ ପାଖରେ ରହିଛି ୧୭୦ ଆଣବିକ ଅସ୍ତ୍ରର ଭଣ୍ଡାର । ଆମେରିକାର ଶୀର୍ଷ ଆଣବିକ ବୈଜ୍ଞାନିକ ମାନେ ଏହି ଦାବି କରିଛନ୍ତି । ବର୍ତ୍ତମାନର ଅଭିବୃଦ୍ଧି ହାରକୁ ଲକ୍ଷ କଲେ ୨୦୨୫ ଏହା ସୁଦ୍ଧା ୨ଶହକୁ ବୃଦ୍ଧି ପାଇବ । ବୁଲେଟିନ ଅଫ ଦ ଏଟମିକ ସାଇଣ୍ଟିଷ୍ଟରେ ପ୍ରକାଶିତ ନ୍ୟୁକ୍ଲିୟର ନୋଟବୁକ୍ ନାମକ ଏକ ଆର୍ଟିକିଲରେ ବୈଜ୍ଞାନିକମାନେ ଲେଖିଛନ୍ତି ଯେ, ପାକିସ୍ତାନରେ ବର୍ତ୍ତମାନ ପ୍ରାୟ ୧୭୦ ଟି ଆଣବିକ ଅସ୍ତ୍ର ଅଛି । ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ୧୯୯୯ ରେ ଆକଳନ କରିଥିଲା ଯେ ୨୦୨୦ସୁଦ୍ଧା ପାକିସ୍ତାନରେ ୬୦ ରୁ ୮୦ ପରମାଣୁ ଅସ୍ତ୍ର ରହିବ, କିନ୍ତୁ ସେବେଠାରୁ ଅନେକ ନୂତନ ଅସ୍ତ୍ରଶସ୍ତ୍ରର ବିକାଶ ହେତୁ ଏହି ସଂଖ୍ୟା ବୃଦ୍ଧି ପାଇଛି ।

 ନ୍ୟୁକ୍ଲିୟର ନୋଟବୁକ୍ କଲମ୍ ୧୯୮୭ ପରଠାରୁ ଏଟମିକ ସାଇଣ୍ଟିଷ୍ଟ ବୁଲେଟିନ୍ ରେ ପ୍ରକାଶିତ ହୋଇଛି । ଆର୍ଟିକିଲ ଅନୁଯାୟୀ, ଏହି ଆକଳନ ଅନିଶ୍ଚିତ କାରଣ ପାକିସ୍ତାନ ଆଣବିକ ଅସ୍ତ୍ର ବିଷୟରେ ଅଧିକ ସୂଚନା ପ୍ରକାଶ କରୁନାହିଁ। ମିଡିଆ ରିପୋର୍ଟ, ଥିଙ୍କ ଟ୍ୟାଙ୍କ ବିଶ୍ଳେଷଣ ଏବଂ ଶିଳ୍ପ ପ୍ରକାଶନଗୁଡିକ ଆକଳନରେ ଅନ୍ତର୍ଭୂକ୍ତ କରାଯାଇଛି । ଏଥିସହ ସାଟେଲାଇଟ୍ ଫଟୋ ମଧ୍ୟ ବିଶ୍ଳେଷଣ କରାଯାଇଛି । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବର୍ତ୍ତମାନ ପ୍ରତିବର୍ଷ ୧୪ ରୁ ୨୭ଟି ନୂଆ ଅସ୍ତ୍ର ତିଆରି କରିବାରେ ସକ୍ଷମ ସାମଗ୍ରୀ ଉତ୍ପାଦନ କରୁଛି, କିନ୍ତୁ ବର୍ତ୍ତମାନ ପାକିସ୍ତାନ ପ୍ରତିବର୍ଷ ହାରାହାରି ୫-୧୦ ପରମାଣୁ ଅସ୍ତ୍ର ତିଆରି କରୁଛି । 

 

Copyright © 2022 - Summa Real Media Private Limited. All Rights Reserved.