ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବଢିଲା ଇମ୍ରାନ ଖାନ୍‌ଙ୍କ ଅଡୁଆ, ହିଂସା ସହ ଜଡିତ ମାମଲାରେ ମିଳିଲାନି ଅଗ୍ରିମ ଜାମିନ୍…

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ଏଠାର ଏକ ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି) ମେ ୯ ରେ ଘଟିଥିବା ହିଂସା ସହ ଜଡିତ ତିନୋଟି ମାମଲାରେ ଖାନଙ୍କ ଅଗ୍ରିମ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କୁ ଗତ ବର୍ଷ ମେ ୯ ରେ ଲାହୋର କର୍ପସ କମାଣ୍ଡର ହାଉସ ଉପରେ ଆକ୍ରମଣ ଘଟାଇବା ପାଇଁ ମାମଲା ରୁଜୁ କରାଯାଇଥିଲା, ଯାହା ଜିନ୍ନା ହାଉସ୍, ଆସ୍କାରି ଟାୱାର ଏବଂ ସାଡମ୍ୟାନ୍ ପୋଲିସ୍ ଷ୍ଟେସନ୍ ଭାବରେ ମଧ୍ୟ ଜଣାଶୁଣା । ବାସ୍ତବରେ ଗତ ବର୍ଷ ମେ ମାସରେ ଏକ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ତାଙ୍କ ସମର୍ଥକମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଏବଂ ସାମରିକ ସ୍ଥାପନ ଉପରେ ଆକ୍ରମଣ କରିଥିଲେ।

ଏଟିସି ଲାହୋର ଜଜ୍ ଖାଲିଦ ଅର୍ଶଦ ଖାନଙ୍କୁ ଅଗ୍ରିମ ଜାମିନ ଦେବାକୁ ମନା କରିଦେଇଛନ୍ତି  ଏବଂ ତିନୋଟି ମାମଲାରେ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଓକିଲ ମାନେ ୨୦୨୧ ମସିହାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଆକ୍ରମଣ ସହିତ ମେ ୯ ହିଂସାକୁ ତୁଳନା କରିଛନ୍ତି ।

ସୂଚନାଥାଉକି, ୭୧ ବର୍ଷୀୟ କ୍ରିକେଟର ତଥା ରାଜନେତା ଇମ୍ରାନ ଖାନଙ୍କ ବିରୋଧରେ ୨ ଶହରୁ ଅଧିକ ମାମଲା ରୁଜୁ ହୋଇଛି ଏବଂ ସେ ଗତ ବର୍ଷ ଅଗଷ୍ଟରୁ ରାୱଲପିଣ୍ଡିର ଆଦିଆଲା ଜେଲରେ ଅଛନ୍ତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.