ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ଭାରତୀୟ ହକି ଟିମ୍‌କୁ ବଡ଼ ଝଟକା: ଅମିତ ରୋହିଦାସଙ୍କୁ ଗୋଟିଏ ମ୍ୟାଚ୍‌ ବାସନ୍ଦ କଲେ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ

ପ୍ୟାରିସ, ୦୫/୦୮: ଭାରତ ଗ୍ରେଟ୍‌ ବ୍ରିଟେନ ହକି କ୍ୱାର୍ଟର ଫାଇନାଲର ୧୭ତମ ମିନିଟରେ ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଅମ୍ପାୟାର ଅତି ସାଧାରଣ କାରଣରୁ ରେଡ୍‌ କାର୍ଡ ଦେଇଥିଲେ । ଫଳରେ ସେ ଦଳରୁ  ବାଦ ପଡ଼ିଥିଲେ । ଅବଶିଷ୍ଟ ୪୩ ମିନିଟ୍‌  ଭାରତୀୟ ଦଳ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା ଏବଂ ସୁଟ୍‌ଆଉଟ୍‌  ୧-୧ (୪-୨) ଗୋଲରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଥିଲା ।  

କଥା ଏତିକିରେ ଶେଷ ହୋଇ  ନଥିଲା । ଅମ୍ପାୟାର ଖେଳ ଶେଷ ହେବା ପରେ ରିପୋର୍ଟ ଟେକନିକାଲ କମିଟିକୁ  ଦେଇଥିଲେ । ସନ୍ଧ୍ୟାରେ କମିଟି  ରିପୋର୍ଟ ବିଶ୍ଳେଷଣ କରି ଟୁର୍ଣ୍ଣାମେଣ୍ଟ  ନିର୍ଦ୍ଦେଶକଙ୍କୁ ନିଷ୍ପତ୍ତି ଜଣାଇଥିଲା । ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଅମିତଙ୍କୁ ଗୋଟିଏ ମ୍ୟାଚ୍‌ ବାସନ୍ଦ କରିଛନ୍ତି । ଫଳରେ ସେ ଆସନ୍ତା ୬ ତାରିଖରେ  ସେମି ଫାଇନାଲ ମ୍ୟାଚ୍‌ ଖେଳି ପାରିବେ ନାହିଁ । ଯାହାକୁ ନେଇ ଚିନ୍ତାରେ ରହିଛି ଭାରତୀୟ ଦଳ । ଅମିତଙ୍କ ବାସନ୍ଦାଦେଶ  ବିରୋଧରେ ହକି ଇଣ୍ଡିଆ ଆବେଦନ  କରିଛି । ଆବେଦନ କମିଟି ଏହାର  ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ । ଜର୍ମାନୀ ସହ ଭାରତ ସେମି  ଫାଇନାଲ ମ୍ୟାଚ୍‌ ଖେଳିବ । ଦଳର  ଜଣେ ପ୍ରମୁଖ ଡିଫେଣ୍ଡରଙ୍କ ବିନା  ଭାରତ କେମିତି ମଇଦାନକୁ ଓହ୍ଲାଇବ ତାହା ଏବେ ଆଲୋଚନାର ପ୍ରସଙ୍ଗ  ପାଲଟିଛି । ଆବେଦନ କମିଟି କ’ଣ  ନିଷ୍ପତ୍ତି ନେବ ତାହାକୁ ସମସ୍ତଙ୍କ  ଅପେକ୍ଷା ରହିଛି ।  

ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ  ଦିଲ୍ଲୀପ ତିର୍କୀ କହିଛନ୍ତି, ‘ଅମିତ  ଜାଣିଶୁଣି କିଛି ଭୁଲ କରି ନଥିଲେ ।  ଅମ୍ପାୟାର ଏ କଥା ବିଚାର କରିବାର  ଥିଲା । କିନ୍ତୁ ସେ ହଠାତ ତାଙ୍କୁ ରେଡ୍‌  କାର୍ଡ ଦେଲେ । ଫଳରେ ଆମକୁ  ଅବଶିଷ୍ଟ ସମୟ ବହୁ କଷ୍ଟରେ  ଖେଳିବାକୁ ପଡ଼ିଲା । ଯଦି ଜଣେ  ଖେଳାଳି ଜାଣିଶୁଣି ଭୁଲ କରୁଛି,  ତେବେ ସେ ଦଣ୍ଡିତ ହେବା କଥା ।  ମାତ୍ର ଅମିତ ସେମିତି କିଛି ଭୁଲ କରି  ନଥିଲେ ।’ କେବଳ ଦିଲ୍ଲୀପ ନୁହଁନ୍ତି  ଅନେକ ଏ କଥାକୁ ନାପସନ୍ଦ କରିଛନ୍ତି ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.