ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ୧୯ ଦିନରେ ହେବ ୧୫ ବୈଠକ...

ନୂଆଦିଲ୍ଲୀ: ଡିସେମ୍ବର ୪ ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ ।  ଡିସେମ୍ବର ୨୨ ପର୍ଯ୍ୟନ୍ତ ଏହା ଚାଲିବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି (ଗୁରୁବାର) ଏହି ସୂଚନା ଦେଇଛନ୍ତି । 

ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, "ଶୀତ ଅଧିବେଶନରେ ୧୫ ଟି ବୈଠକ ହେବ, ଯାହା ଡିସେମ୍ବର ୪ ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ଶୀତ ଅଧିବେଶନ ପ୍ରାୟତ ନଭେମ୍ବରର ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ, କିନ୍ତୁ କୁହାଯାଉଛି ଯେ, ୫ ରାଜ୍ୟରେ ବିଧାନସଭା ନିର୍ବାଚନ କାରଣରୁ ଏଥର ଏହା ହୋଇନାହିଁ । 




ଏହି ଅଧିବେଶନ ଏପରି ଏକ ସମୟରେ ହେବ, ଯେତେବେଳେ କି ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମିଜୋରାମ ଏବଂ ତେଲେଙ୍ଗାନାର ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ ରେ ପ୍ରକାଶ ପାଇ ସାରିଥିବ । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.