ନୂଆଦିଲ୍ଲୀ ୮/୯: ରେଳ ମନ୍ତ୍ରାଳୟ ସମସ୍ତ ସ୍ପେଶାଲ ଟ୍ରେନର କ୍ୟାଟରିଂର ଦାୟିତ୍ୱ ଆଇଆରସିଟିସିକୁ ଦେଇଛି । ଗତ କିଛି ଦିନରେ ଟ୍ରେନରେ ଏକ ଟୁରିଷ୍ଟ ପାର୍ଟି ଦ୍ୱାରା ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିବା ଘଟଣା ପରେ ଏମିତି ପରିବର୍ତ୍ତନ ହୋଇଛି । ୪୫୦ରୁ ଅଧିକ ମେଲ୍ ଏବଂ ଏକ୍ସପ୍ରେସ ଗାଡିର କ୍ୟାଟରିଂ ପୂର୍ବରୁ ହିଁ ଆଇଆରସିଟିସି ପାଖରେ ଅଛି । ଏହା ସହିତ କହିପାରିବା କି ଟ୍ରେନ ସହିତ ସ୍ପେଶାଲ କୋଚର କ୍ୟାଟେରିଂ ମଧ୍ୟ ଆଇଇଆରସିଟିସିକୁ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ବିଏସଇର ଫାଇଲିଂ ଅନୁସାରେ ଫୁଲ୍ ଟାରିଫ୍ ରେଟ୍ ଅର୍ଥାତ୍ ସମ୍ପୂର୍ଣ୍ଣ କୋଚର ବୁକିଂ କରିଛନ୍ତି ତେବେ କ୍ୟାଟରିଂର ଦାୟିତ୍ୱ ଆଇଆରସିଟିସି ପାଖରେ ରହିବ ।
ଆଇଆରସିଟିସି ଅନୁସାରେ ଫୁଲ ଟାରିଫ୍ ରେଟରେ କୋଚ୍ ଟ୍ରେନ୍ ବୁକିଂରେ କମ୍ପାନୀର ହିଁ କ୍ୟାଟେରିଂ ସର୍ଭିସ ଦେବ । ରେଲୱେରୁ ସର୍ଭିସ୍ ଉପଲବ୍ଧ କରାଇବାର ମଞ୍ଜୁରି ମିଳିଛି । ଯଦି ଆପଣଙ୍କୁ କ୍ୟାଟେରିଂ ସର୍ଭିସ୍ ପାଇଁ ଅନ୍ୟ ଭେଣ୍ଡରକୁ ମଧ୍ୟ ବୁକ୍ କରିବାକୁ ଅଛି ତେବେ ମଧ୍ୟ ଆଇଆରସିଟିସି ଜରିଆରେ ହେବ । ଧରନ୍ତୁ ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ରାସ୍ତାରେ କୌଣସି ଷ୍ଟେସନରେ ପିଜ୍ଜା ଦରକାର ତେବେ ଆପଣଙ୍କୁ ଆଇଆରସିଟିସି ଜରିଆରେ ବୁକିଂ କରିବାକୁ ପଡିବ । ଏହା ଫଳରେ ରେଲୱେରେ କ୍ୟାଟେରିଂ ସର୍ଭିସେଜରେ ଆଇଆରସିଟିସିର ଏକାଧିକାର ହୋଇଯିବ ।
ଆଇଆରସିଟିସି ଅନୁସାରେ ସମସ୍ତ ଗ୍ରାହକ ଆଇଆରସିଟିସିର ୱେବସାଇଟକୁ ଯାଇ ବୁକିଂ କରାଇପାରିବେ । କହିରଖୁଛୁ ଟ୍ରେନର ପୁରା କୋଚ୍ ବୁକ୍ କରିବାମାତ୍ରେ ଆପଣଙ୍କୁ ନିର୍ଦ୍ଧାରିତ ରାଶିର ୩୦ରୁ ୩୫ ପ୍ରତିଶତ ଅଧିକ ପୈଠ କରିବାକୁ ହେବ । ଏପର୍ଯ୍ୟନ୍ତ ଇ କ୍ୟାଟରିଂରେ ଅନେକ ଭେଣ୍ଡରଙ୍କ ଅପ୍ସନ ଆସୁଥିଲା କିନ୍ତୁ ଏବେ ଆପଣଙ୍କୁ କେବଳ ଆଇଆରସିଟିସି ଜରିଆରେ ହିଁ କ୍ୟାଟେରିଂର ବୁକିଂ ହେବ । ଏହି ପଦକ୍ଷେପର ପ୍ରଭାବ ଆଇଆରସିଟିସିର ଷ୍ଟକ୍ସରେ ମଧ୍ୟ ଦେଖିବାକୁ ମିଳିଛି । ଆଇଆରସିଟିସିର ସେୟାରରେ ୬.୭୯ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି । ଆପଣଙ୍କୁ କହିରଖୁଛୁ ଏଫଟିଆର୍ ୱେବସାଇଟ୍ www.ftr.irctc.co.in ଜରିଆରେ ଯାତ୍ରା ପାଇଁ ପୁରା କୋଚକୁ ବୁକ୍ କରିପାରିବେ । ଏହା ସହିତ ଏଫଟିଆର୍ ଜରିଆରେ ବୁକିଂ ନିଜ ଯାତ୍ରାର ସର୍ବାଧିକ ୬ ମାସ ଏବଂ ଅତିକମରେ ୩୦ ଦିନ ପୂର୍ବରୁ କରିବାକୁ ହେବ ।