ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଜୁଲାଇ ୧୦ରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା, ୭୪ହଜାର ପରୀକ୍ଷାର୍ଥୀ ଦେବେ ପରୀକ୍ଷା

କଟକ,୦୬/୦୭: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ  ପଠାଣି ସାମନ୍ତ ଗଣିତ ମେଧାବୃତ୍ତି (ପିଏମ୍‌ଏସ୍‌ଟି) ୨୦୨୩ ପରୀକ୍ଷା ଆସନ୍ତା ୧୦ରେ  ହେବ ବୋଲି ସୂଚନା ମିଳିଛି । ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ବୋର୍ଡ  ୱେବ୍‌ସାଇଟ୍‌ www.bseodisha.ac.inରୁ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌  କରିପାରିବେ । 

ରାଜ୍ୟର ୫୩୨ଟି ସେଣ୍ଟରରେ ପ୍ରାୟ ୭୪ହଜାର ପରୀକ୍ଷାର୍ଥୀ  ପରୀକ୍ଷା ଦେବେ । ଦୁଇଟି ପର୍ଯ୍ୟାୟ ଯଥା ଷ୍ଟେଜ୍‌ -୧ ଓ ଷ୍ଟେଜ୍‌ ୨ରେ, ଜୁଲାଇ ୧୦ ତାରିଖ ସକାଳ ୮ଟାରୁ ୧୧ଟା ମଧ୍ୟରେ ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ  ନିର୍ଦ୍ଧାରିତ ସମୟ ପୂର୍ବରୁ ସେଣ୍ଟରରେ ପହଞ୍ଚିବେ । ଷଷ୍ଠ ଓ ନବମ ଶ୍ରେଣୀର  ଛାତ୍ରଛାତ୍ରୀମାନେ ଏହି ମେଧାବୃତ୍ତି ପରୀକ୍ଷା ଦେବେ । ପରୀକ୍ଷାର୍ଥୀମାନେ ସେମାନଙ୍କ  ନାମ, ବାପାଙ୍କ ନାମ ସହ ରେଜିଷ୍ଟ୍ରେସନ୍‌ ନମ୍ବର ଦେଇ ବୋର୍ଡ ୱେବସାଇଟ୍‌ରୁ  ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ ସୂତ୍ରରୁ ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.