ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ତଳକୁ ଖସିଲା ପେଟିଏମ୍ ଷ୍ଟକ୍; ୨ ଦିନରେ ୩୬ ପ୍ରତିଶତ ହ୍ରାସ ପାଇଲା ସେୟାର

Image source: Social media

ନୂଆଦିଲ୍ଲୀ,୦୨/୦୨: ଶୁକ୍ରବାର ଲଗାତର ଦ୍ବିତୀୟ ଦିନ  ପେଟିଏମ୍ ଷ୍ଟକ୍‌ରେ ୨୦ ପ୍ରତିଶତ ହ୍ରାସ ସହିତ ଲୋୟର ସର୍କିଟ ଲାଗିଛି। ଆଜିର ଟ୍ରେଡ୍‌ରେ ପେଟିଏମ୍‌ରେ ସେୟାର ୨୦ ପ୍ରତିଶତ ହ୍ରାସ ସହିତ ୪୮୭.୨୦ ଟଙ୍କାରେ ପହଞ୍ଚିଛି। ଗତ ଏକ ବର୍ଷ ମଧ୍ୟରେ ପେଟିଏମ୍ ଷ୍ଟକ୍‌ରେ ଏହା ସବୁଠାରୁ ନିମ୍ନ ସ୍ଥର ଅଟେ। ଗତ ଦୁଇ ଦିନ ମଧ୍ୟରେ ପେଟିଏମ୍‌ରେ ବଜାର ପୁଞ୍ଜିକରଣରେ ୨ ବିଲିୟନ ଡଲାର ଖସିଥିଲା। 

ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ ବିରୁଦ୍ଧରେ ଆରବିଆଇର କାର୍ଯ୍ୟାନୁଷ୍ଠାନ:

ବୁଧବାର ୩୧ ଜାନୁଆରୀ ୨୦୨୪ରେ ବ୍ୟାଙ୍କିଙ୍ଗ୍ ସେକ୍ଟରର ନିୟାମକ ଭାରତୀୟ ରିଜର୍ଭ ବ୍ୟାଙ୍କ ଫିନଟେକ୍ କମ୍ପାନୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ବାରମ୍ବାର ଚେତାଇବା ସର୍ତ୍ତ୍ବେ ନିୟାମକ ନିୟମକୁ ଅଣଦେଖା କରିବା ଓ ଅନୁପାଳନ ନକରିବା ହେତୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଅନେକ ସେବା ଉପରେ ରୋକ ଲଗାଇଦିଆଯାଇଛି। ସେୟାର ବଜାର ବନ୍ଦ ହେବା ପରେ ଏହି ନିର୍ଦ୍ଦେଶ ଆାବିଆଇ ପକ୍ଷରୁ ଆସିଥିଲା। ଏବଂ ଏହି ନିର୍ଦ୍ଦେଶ ପରେ ଲଗାତର ଦୁଇଟି ବ୍ୟବସାୟିକ ଦିନରେ ପେଟିଏମ୍ ଷ୍ଟକ୍ ରାସାତଳକୁ ଖସିଯାଇଛି।

ଆଇପିଓ ଲଞ୍ଚ୍ ସମୟରେ ନିରାଶ କରିଥିଲା ପେଟିଏମ୍:

ନଭେମ୍ବର ୨୦୨୧ ରେ ଆଇପିଓ ଆରମ୍ଭ କରିବା ପରେ ପେଟିଏମ୍ ଏହାର ସେୟାରଧାରକ ମାନଙ୍କୁ ବହୁତ ନିରାଶ କରିଛି। କମ୍ପାନୀ ବଜାରରୁ ୨୧୫୦ ଟଙ୍କାର ଇସ୍ୟୁ ପ୍ରାଇସରେ ଟଙ୍କା ଉଠାଇଥିଲା।ଷ୍ଟକ୍‌ର ତାଲିକା ଆଇପିଓ ମୂଲ୍ୟଠାରୁ ତଳେ ଥିଲା, ଗତ ଦୁଇ ବର୍ଷ ମଧ୍ୟରେ ଷ୍ଟକ୍ ନିବେଶକମାନଙ୍କୁ ବହୁତ ନିରାଶ କରିଛି। 

୨୨ ନଭେମ୍ବର ୨୦୨୨ ରେ, ଷ୍ଟକ୍ ୪୩୮ ଟଙ୍କା ତଳକୁ ଖସି ଆସିଥିଲା। ପେଟିଏମର ସେୟାର ୪୮୭ ଟଙ୍କାରେ କାରବାର କରୁଛି। ଷ୍ଟକ୍ ୨୧୫୦ ଟଙ୍କା ମୂଲ୍ୟରେ ଆଇପିଓ ମୂଲ୍ୟଠାରୁ ପ୍ରାୟ ୭୮ ପ୍ରତିଶତ ତଳେ କାରବାର କରୁଛି। ପେଟିଏମର ଷ୍ଟକ୍ ମୂଲ୍ୟରେ ହ୍ରାସ ପରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଷ୍ଟକ୍ ମୂଲ୍ୟରେ ହ୍ରାସକୁ ମୁଦ୍ଦା କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.