ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି

Image Courtesy: livemint

ନୂଆଦିଲ୍ଲୀ: ଋଷର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୁଃଖ ସମୟରେ ଋଷ ସହ ଭାରତ ଠିଆ ହୋଇଛି ବୋଲି ସେ କହିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ମୋଦି କହିଛନ୍ତି, ‘ମସ୍କୋରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ । ଆମର ସଦ୍‌ଭାବନା ଏବଂ ପ୍ରାର୍ଥନା ପୀଡିତଙ୍କ ପରିବାର ଲୋକଙ୍କ ସହ ଅଛି । ଏହି ଦୁଃଖଦ ସମୟରେ ଋଷିଆ ସରକାର ଓ ସେଠାକାର ଲୋକଙ୍କ ସହିତ ଛିଡା ହୋଇଛି ଭାରତ।’ 

ମସ୍କୋର ଉତ୍ତର-ପଶ୍ଚିମ କ୍ରସନୋଗୋରସ୍କ ସହରରେ ଥିବା କ୍ରୋକସ ସିଟି ହଲ୍‌ରେ ଶୁକ୍ରାବାର ସନ୍ଧ୍ୟାରେ ଅଜ୍ଞାତ ଆତତାୟୀମାନେ ଗୁଳିମାଡ଼ କରିଛନ୍ତି । ଏଥିସହ ସେଠାରେ ବିସ୍ଫୋରଣ ମଧ୍ୟ ଘଟାଇଛନ୍ତି । ବିସ୍ଫୋରଣ ଫଳରେ କନସର୍ଟ ହଲ୍‌ରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ଅତିକମ୍‌ରେ ୬୦ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଥିବା ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ସୂଚନା ଦେଇଛି । 

ସୂଚନା ଅନୁସାରେ ଋଷର ପ୍ରମୁଖ ରକ୍‌ ବ୍ୟାଣ୍ଡ ‘ପିକ୍‌ନିକ୍‌’ ପକ୍ଷରୁ କାର୍ଯ୍ୟକ୍ରମ ଚାଲିଥିଲା । ପ୍ରାୟ ୬ ହଜାରରୁ ଅଧିକ ଲୋକ ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ୪ ଜଣ ଆତତାୟୀ ସେନା ପୋଷାକରେ ସେଠାରେ ପହଞ୍ଚିଥିଲେ । କେହି କିଛି ବୁଝିବା ପୂର୍ବରୁ ସେମାନେ ପ୍ରବେଶ ପଥରେ ଥିବା ସୁରକ୍ଷା କର୍ମୀ ଓ କିଛି ଲୋକଙ୍କୁ ପ୍ରଥମେ ଗୁଳିକରି ହତ୍ୟା କରିଥିଲେ । ପରେ କନସର୍ଟ ହଲ୍‌ ଭିତରକୁ ସ୍ୱୟଂଚାଳିତ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିଥିଲେ । 

ସେମାନଙ୍କ ଗୁଳିରୁ ବର୍ତ୍ତିବା ଲାଗି ଲୋକଙ୍କ ମଧ୍ୟରେ ଧାଁଦଉଡ ଓ ଦଳାଚକଟା ଘଟିଥିଲା । ଖବର ପାଇ ପୋଲିସ ଓ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ମୃତାହତ ଲୋକଙ୍କୁ ଉଦ୍ଧାର କରିଥିଲେ । ଗୁଳିମାଡ଼ ଓ ବିସ୍ଫୋରଣରୁ ବର୍ତ୍ତିବା ଲାଗି କନସର୍ଟ ହଲ୍‌ରେ ବେସ୍‌ମେଣ୍ଟରେ ରହିଥିବା ୧୦୦ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ହଲ୍‌ରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ହେଲିକପ୍ଟର ବ୍ୟବହାର କରାଯାଇଛି । 

 

  • Russia
  • pm narendra modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.