ନୂଆଦିଲ୍ଲୀ,୨୫/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଗୁଡିକ ପାଇଁ ୨୫୦୦ କୋଟି ଟଙ୍କାର ରଭଲ୍ଭିଂ ପାଣ୍ଠି ଜାରି କରିବେ । ଏହା ଦ୍ୱାରା ୩.୪ ଲକ୍ଷ ଏସ୍ଏଚ୍ଜିର ୪୫ ଲକ୍ଷ ମହିଳା ଲାଭବାନ ହୋଇପାରିବେ । ଦେଶର ବିଭିନ୍ନ ପ୍ରାନ୍ତରେ ଆଜି ଅନୁଷ୍ଠିତ ହେଉଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଡ଼ି ହେବେ ମୋଦି । ମହାରାଷ୍ଟ୍ରର ଜଲଗାଓଁ ଏବଂ ରାଜସ୍ଥାନର ଯୋଦ୍ଧପୁରକୁ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ବଣ୍ଟନ କରିବେ । ସେହିଭଳି ୨.୩୫ ଲକ୍ଷ ଏସ୍ଏସଜିଙ୍କୁ ୫ ହଜାର କୋଟିର ଋଣ ମଧ୍ୟ ଆବଣ୍ଟନ ହେବ । ଏହା ଦ୍ୱାରା ୨୫.୮ ଲକ୍ଷ ମହିଳା ଲାଭବାନ ହୋଇପାରିବେ। ଏଥିରେ ଓଡ଼ିଶାର ୯୭,୨୦୦ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ମିଳିବ । ମହିଳାଙ୍କ ସଶକ୍ତିକରଣ ଦିଗରେ କେନ୍ଦ୍ର ସରକାର ଏଭଳି ଯୋଜନା ଆଣିବା ସହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ।
ହରିୟାଣା ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରିଥିଲେ ମୁଖ...