ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଁ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି, ଏଥିରେ କିଛି ଲୋକ ଭୟଭୀତ ... ମିରଟରେ ବିରୋଧିଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି

ମିରଟ : ଲୋକସଭା ନିର୍ବାଚନର ଶଙ୍ଖନାଦ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ମିରଟରେ ପହଞ୍ଚିଛନ୍ତି। ମଞ୍ଚରୁ ବିରୋଧିଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ଏହି ଲୋକେ ଇଣ୍ଡି ଗଠବନ୍ଧନ କରିଛନ୍ତି। ମୋ ଭାରତ ମୋର ପରିବାର। ଏହି ଲୋକଙ୍କୁ ଡ଼ରିବାର ନାହିଁ। ମୁଁ ନିଜ ଦେଶକୁ ଦୁର୍ନୀତି ଠାରୁ ବଞ୍ଚାଇବାକୁ ଯେଉଁ ପଦକ୍ଷେପ ଉଠାଉଛି , ତାହା ତାଙ୍କୁ ବିରୋଧରେ ଏକ ବଡ଼ ଲଢେଇ ସଦୃଶ। ଏଥିପାଇଁ ବଡ଼ ବଡ଼ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଆଜି ଜେଲ୍‌ରେ। ସୁପ୍ରିମକୋର୍ଟଙ୍କ ଠାରୁ ବି ଜାମିନ ମିଳୁନାହିଁ। 

ଅନେକ ବଡ଼ ବଡ଼ ଦୁର୍ନୀତିଗ୍ରସ୍ତଙ୍କୁ କୋର୍ଟର ଚକ୍କର ଲଗାଇବାକୁ ପଡ଼ୁଛି। ଏଥିପାଇଁ ପୂରା ଦେଶରେ ଶେଯ ତଳୁ ବିଡ଼ା ବିଡ଼ା ନୋଟ ବାହାରୁଛି। ଆଉ କେଉଁଠି କାନ୍ଥରୁ ମଧ୍ୟ ନୋଟ ବାହାରୁଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,  ନମୋ ଡ୍ରୋନ୍ ଦିଦି ଯୋଜନା ଗାଁ ଗାଁରେ ଭଉଣୀଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି। ଏହି ଅନୁସାରେ , ମହିଳା ସ୍ୱୟଂ ସହାୟତା ଗ୍ରୁପ୍‌କୁ ଆଧୁନିକ ଡ୍ରୋନ୍‌ ଦିଆ ଯାଉଛି। ଏହି ଡ୍ରୋନ୍‌ ଆମ ଚାଷର ଭବିଷ୍ୟତ ବଦଳାଇବାକୁ ଯାଉଛି। ଚାଷର କାମ ସହଜ କରିବାକୁ ଯାଉଛି।

୧୦ବର୍ଷରେ ଦେଶ ଦେଖିଛି , ଦୁର୍ନୀତି ବିରୋଧ କେତେ ବଡ଼ ଲଢେଇ ଆମେ ଆରମ୍ଭ କରିଛୁ। ଆମେ ସୁନିଶ୍ଚିତ କରିଛୁ। ଗରିବଙ୍କ ଟଙ୍କା ମଝିରେ ରହି ଆଉ କେହି ହଡ଼ପ କରି ନନେଉ, ଏଥିପାଇଁ ଆମ ସରକାର କାଗଜ ପତ୍ରରୁ ୧୦କୋଟି ଟଙ୍କାର ଫେକ୍‌ ଲାଭାର୍ଥୀଙ୍କୁ ହଟାଇଛନ୍ତି। ପ୍ରଥମେ ଏମିତି ସରକାର ଚାଲୁ ଥିଲା ଯେ, ଯାହାର ଜନ୍ମ ହୋଇ ନାହିଁ , ଏମିତି ଲୋକଙ୍କ ନାମରେ ଟଙ୍କା ଯାଉ ଥିଲା। ଏମିତି ୧୦ କୋଟି ନାଁ ହଟେଇବାର ସାହସ କରିଛନ୍ତି ମୋଦି। ଏମିତି କରି ଦେଶବାସୀଙ୍କ ସାଢେ ତିନି ଲକ୍ଷ ଟଙ୍କା ଭୁଲ୍‌ ହାତକୁ ଯିବାରେ ବଞ୍ଚାଇଛନ୍ତି। ମୁଁ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି , ଏଥିରେ କିଛି ଲୋକ ଭୟଭୀତ ହୋଇ ଯାଇଛନ୍ତି। 

ମୁଁ କହୁଛି ମୋଦୀଙ୍କ ଗାରେଣ୍ଟି କହୁଛି ମୋଦିର ମନ୍ତ୍ର, ଦୁର୍ନୀତି ହଟାଅ, ସେ କହୁଛନ୍ତି ଦୁର୍ନୀତି ବଞ୍ଚାଅ। ଏହି ନିର୍ବାଚନ ଏହି ଦୁଇ କ୍ୟାମ୍ପର ଲଢେଇ। ଗୋଟିଏ କ୍ୟାମ୍ପ ଏନଡିଏର, ଯିଏ ଦୁର୍ନୀତି ହଟେଇବା ପାଇଁ ମୈଦାନରେ, ଦ୍ୱିତୀୟ କ୍ୟାମ୍ପ ତାହା ଦୁର୍ନୀତିକୁ ବଞ୍ଚାଇବା ପାଇଁ ମୈଦାନରେ। ନିଷ୍ପତ୍ତି ଆପଣଙ୍କୁ କରିବାର ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.