ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୋହନ ମେହରାଙ୍କୁ ଡେଟ୍ କରୁଛନ୍ତି ପୂଜା ହେଗ୍‌ଡେ! ରେସ୍ତୋରାଁ ବାହାରେ ଏକାଠି ଆସିଲେ ନଜର

ନୂଆଦିଲ୍ଲୀ ୧୮/୦୪: ଲଭ୍‌ ଲାଇଫ୍‌କୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ପୂଜା ହେଗ୍‌ଡେ । ଅଭିନେତା ରୋହନ ମେହରାଙ୍କ ସହ ତାଙ୍କ ଡେଟିଂ ଗୁଜବ ଗତ କିଛି ଦିନ ହେଲା ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଛି । ଗତ ମାସ ପୂଜା-ରୋହନଙ୍କୁ ଏକସଙ୍ଗେ ବୁଲିବାର ଦେଖିବାକୁ ମିଳିଥିଲା । ଗତ ବୁଧବାର ଉଭୟ ପୁଣି ଥରେ ଏକାଠି ନଜର ଆସିଛନ୍ତି । ଏ ଥର ଦୁହିଁଙ୍କ ସହ ପୂଜାଙ୍କ ମା’-ବାପା ମଧ୍ୟ ଥିଲେ । ଏକ ରେସ୍ତୋରାଁ ବାହାରେ ସମସ୍ତଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ପୂଜା ନିଜ ମା’ବାପାଙ୍କ ସହ ଗଣମାଧ୍ୟମ ସାମ୍ନାରେ ପୋଜ୍‌ ଦେଲେ । କିନ୍ତୁ ରୋହନ ସେମାନଙ୍କ ସହ ଯୋଗ ଦେଲେ ନାହିଁ । ସେ ରେସ୍ତୋରାଁ ବାହାରକୁ ଆସି ଏକାକୀ ଫଟୋ ପାଇଁ ପୋଜ୍‌ ଦେଲେ । 




ନିକଟରେ ରୋହନଙ୍କ ସହ କାର୍‌ରେ ଯାଉଥିବାର ପୂଜାଙ୍କୁ ଦେଖିବାକୁ ମିଳିଥିଲା । ଏ ସମସ୍ତ ଡେଟିଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରଠୁ ଫ୍ୟାନ୍‌ ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଚର୍ଚ୍ଚା କରୁଛନ୍ତି । ରୋହନ ହେଉଛନ୍ତି ଦିବଂଗତ ଅଭିନେତା ବିନୋଦ ମେହରାଙ୍କ ପୁଅ । ୨୦୧୮ ମସିହାର ସୈଫ୍‌ ଅଲି ଖାନ୍‌, ରାଧିକା ଆପ୍‌ଟେ ଓ ଚିତ୍ରାଙ୍ଗଦା ସିଂହଙ୍କ ଅଭିନୀତ ଫାଇନାନ୍ସିଆଲ ଥ୍ରିଲର ଫିଲ୍ମ ‘ବାଜାର୍‌’ ଜରିଆରେ ସେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିଥିଲେ । ଅପ୍‌କମିଙ୍ଗ ଫିଲ୍ମ ‘ଦେବା’କୁ ନେଇ ଏବେ ଖବରରେ ଅଛନ୍ତି ପୂଜା । ଏଥିରେ ସେ ଶାହିଦ କପୁରଙ୍କ ଅପୋଜିଟ୍‌ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.