ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଇଣ୍ଡିଆ’ ମେଣ୍ଟ ଆଗରେ ପ୍ରକାଶ ଆମ୍ବେଦକର ରଖିଲେ ୨୫ଟି ଦାବି, ବୁଝାମଣା ପୂର୍ବରୁ ବଢିଲା ଅଡୁଆ

ମୁମ୍ବାଇ,୮।୨: ଲୋକସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତି ଭିତରେ ଇଣ୍ଡିଆ ମେଣ୍ଟର ମସସ୍ୟା ବଢିବାରେ ଲାଗିଛି। ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ମେଣ୍ଟ କରି ‘ଇଣ୍ଡିଆ’କୁ ଝଟକା ଦେଇଥିଲେ। ଏବେ ମହାରାଷ୍ଟ୍ରରେ ବିରୋଧି ମହାମେଣ୍ଟର ଛୋଟ ଏକ ପାର୍ଟନର ଥିବା ପ୍ରକାଶ ଆମ୍ବେଦକର ବିରୋଧିଙ୍କ ମେଣ୍ଟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ପ୍ରକାଶ ହେଉଛନ୍ତି ଭାରତୀୟ ସମ୍ବିଧାନର ପ୍ରତିଷ୍ଠାତା ଭୀମରାଓ ଆମ୍ବେଦକରଙ୍କ ନାତି। ସେ ଗତ ମାସ ମହାରାଷ୍ଟ୍ରର ମହାବିକାଶ ଅଘାଡି(MVA) ସହିତ ହାତ ମିଳିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ସେ ମେଣ୍ଟ ନିକଟରେ ୨୫ଟି ଦାବିର ଲମ୍ବା ଲିଷ୍ଟ ରଖିଥିଲେ।

ପ୍ରକାଶ ଆମ୍ବେଦକରଙ୍କ ପାର୍ଟି ବଞ୍ଚିତ ବହୁଜନ ଅଘାଡି (BBA) ନିକଟରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ବେଳେ ଏମବିଏ ସହିତ ମେଣ୍ଟ ନେଇ ଘୋଷଣା କରିଥିଲା। ଏବେ ସେ ମେଣ୍ଟ ନିକଟରେ ନିଜର ୨୫ଟି ଦାବି ଉପସ୍ଥାପିତ କରିଛନ୍ତି, ଯେଉଁଥିରେ ସେ ଜାତିଗତ ଜନଗଣନା ବ୍ୟତୀତ ଲୋକସଭା ଓ ବିଧାନସଭାରେ ଓବିସି ପାଇଁ ସଂରକ୍ଷିତ ସିଟ୍ ମଧ୍ୟ ଦାବି କରୁଛନ୍ତି।

ଆମ୍ବେଦକର ମହାମେଣ୍ଟ ସହିତ ଆଗାମୀ ବୈଠକ ପୂର୍ବରୁ ନିଜ ଦାବିକୁ ପୁରା କରିବାର ବିଶ୍ବାସ ପ୍ରକାଶ କରିଥିଲେ। ତାଙ୍କ ଦାବୀ ଭିତରେ ସାମାଜିକ ନ୍ୟାୟ, କୃଷି, ଭୂମି ସୁଧାର ଆଦି ପ୍ରସଙ୍ଗ ରହିଛି। ଆମ୍ବେଦକରଙ୍କ କହିବା ଅନୁସାରେ, ବିବିଏ ପୂବଁରୁ ହିଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି ଯେ, ମରାଠାଙ୍କ ପାଇଁ ଅଲଗା କୋଟା ହେବା ଦରକାର ଓ ତାଙ୍କୁ ଓବିସି କୋଟାରୁ ସଂରକ୍ଷଣ ଦିଆନଯିବା ଦରକାର। ଏହାଛଡା ଜାତି ଜନଗଣନା ହେବା ଦରକାର। ଆମେ ସଂସଦ ଓ ବିଧାନସଭାରେ ମଧ୍ୟ ଓବିସି ପାଇଁ ସଂରକ୍ଷିତ ଆସନ ଦାବି କରୁଛୁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.