ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦୀଙ୍କୁ ଦହିଚିନି ଖୁଆଇ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସରକାର ଗଠନ ପାଇଁ କଲେ ଆମନ୍ତ୍ରଣ…

ନୂଆଦିଲ୍ଲୀ: ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏନଡିଏ (NDA) ସଂସଦୀୟ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କରିଛନ୍ତି । ରିପୋର୍ଟ ଅନୁଯାୟୀ, ନୂଆ ସରକାରର ଶପଥ ଗ୍ରହଣ ସମାରୋହ ରବିବାର ସନ୍ଧ୍ୟାରେ ହେବ । ମୋଦୀ ଶୁକ୍ରବାର ସନ୍ଦ୍ଯାରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ମୁର୍ମୁ ମୋଦୀଙ୍କୁ ମନୋନୟନ ପତ୍ର ହସ୍ତାନ୍ତର କରିଛନ୍ତି । ଏହି ସମୟରେ ସେ ମୋଦୀଙ୍କୁ ଦହି-ଚିନି ଖୁଆଇ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବରୁ ବିଜେପି ନେତାମାନେ ମୁର୍ମୁଙ୍କୁ ଭେଟିଥିଲେ ଏବଂ ମୋଦୀଙ୍କ ପାଇଁ ସମର୍ଥନ ପତ୍ର ଦେଇଥିଲେ । ସୂଚନାଥାଉକି, ମୋଦୀଙ୍କୁ ଏନଡିଏ ସଂସଦୀୟ ଦଳର ନେତା ନିର୍ବାଚିତ କରାଯାଇଛି । 

ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ମୋଦୀ କହିଛନ୍ତି ଯେ, ରାଷ୍ଟ୍ରପତି ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କରିଛନ୍ତି । ମୋଦୀ କହିଛନ୍ତି ଯେ, ରାଷ୍ଟ୍ରପତି ମୋତେ ମନୋନୀତ ପ୍ରଧାନମନ୍ତ୍ରୀ ଭାବରେ କାମ କରିବା  ପାଇଁ କହିଛନ୍ତି ଏବଂ ସେ ମୋତେ ଶପଥ ସମାରୋହ ପାଇଁ ଆମନ୍ତ୍ରଣ କରିଛନ୍ତି । ଜୁନ ୯ ତାରିଖ ଶପଥ ଗ୍ରହଣ ପାଇଁ ଉଚିତ୍ ହେବ ବୋଲି ମୋଦୀ ରାଷ୍ଟ୍ରପତିଙ୍କୁ କହିଛନ୍ତି । ରାଷ୍ଟ୍ରପତି ଭବନ ରବିବାରକୁ ଶପଥ ଗ୍ରହଣ ସମାରୋହ ବିବରଣି ପ୍ରସ୍ତୁତ କରିବ । ଆଉ ସେ ପର୍ଯ୍ୟନ୍ତ ମନ୍ତ୍ରୀ ପରିଷଦ ପାଇଁ ତାଲିକା ରାଷ୍ଟ୍ରପତିଙ୍କୁ ଦିଆଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.