ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଖଣ୍ଡଗିରି ଓ ଉଦୟଗିରି ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ମଙ୍ଗଳବାର ନାଇଜର ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ

ଭୁବନେଶ୍ୱର,୦୮/୦୭: ଦୁଇ ଦିନ ହେବ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ପାଦଦେଶରେ ସଫେଇ ଚାଲିଛି । ବିଭିନ୍ନ ସ୍ଥାନରେ ଥିବା କାନ୍ଥବାଡ ରଙ୍ଗ ଦିଆଯିବା ସହ ମଞ୍ଚ ବନ୍ଧା ଯାଇ ସାଜସଜା ଶେଷ ହୋଇଛି । ଅପେକ୍ଷା କେବଳ ସୋମବାରକୁ । ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ସୋମବାର ଖଣ୍ଡଗିରି ଓ ଉଦୟଗିରି ପରିଦର୍ଶନ କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି । ରାଷ୍ଟ୍ରପତିଙ୍କ ଆଗମନ  ପାଇଁ ଏହି ପର୍ଯ୍ୟଟନସ୍ଥଳୀ ନବବଧୂ ଭଳି ସଜେଇ ହୋଇଛି ।  

ସୋମବାର ପୂର୍ବାହ୍ନ ୧୦ଟାରେ ପୁରୀରୁ ରାଷ୍ଟ୍ରପତି ସ୍ୱତନ୍ତ୍ର  ବିମାନ ଯୋଗେ ଆସି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ରାଜଭବନ ଯିବେ । ପୂର୍ବାହ୍ଣ ୧୧ଟାରେ  ରାଷ୍ଟ୍ରପତି ଖଣ୍ଡଗିରି-ଉଦୟଗିରି ଅଭିମୁଖେ ବାହାରିବେ । ଖଣ୍ଡଗିରି-ଉଦୟଗିରି ପରିଦର୍ଶନ କରିବା ବେଳେ ତପୋବନସ୍ଥିତ ବିଭୂତି  କାନୁନ୍‌ଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଏବଂ ଉତ୍କଳ ସଂସ୍କୃତି  ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ତାଙ୍କୁ  ଭେଟିବେ । ସେଠାରେ ପ୍ରାୟ ୪୫ ମିନିଟ ରହି ରାଷ୍ଟ୍ରପତି ପୁନଶ୍ଚ ରାଜଭବନ ଯାଇ ମଧ୍ୟାହ୍ଣ ଭୋଜନ କରିବେ । ଅପରାହ୍ଣ ୪ଟା  ୫୦ରେ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ନିକଟ ହରିଡ଼ାମଡ଼ା  ଗ୍ରାମକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ପ୍ରଜାପିତା  ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଡିଭାଇନ୍‌  ରିଟ୍ରିଟ୍‌ ସେଣ୍ଟର୍‌ ପରିଦର୍ଶନ କରିବେ । ସେଠାରେ ରାଷ୍ଟ୍ରପତି  ‘ମିଶନ ଲାଇଫ୍‌ ଷ୍ଟାଇଲ୍‌ ଫର୍‌ ଏନଭାର୍ନମେଣ୍ଟ’ ଗୃହକୁ ଉନ୍ମୋଚନ  କରିବେ । ଏଥିସହ ରାଷ୍ଟ୍ରପତି ସ୍ପିରିଚୁଆଲ ଏଜୁକେସନ ସେଣ୍ଟର  କ୍ୟାମ୍ପସ୍‌ ମଧ୍ୟ ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟକ୍ରମ ସାରି ସଂଧ୍ୟା  ୬ଟାରେ ରାଷ୍ଟ୍ରପତି ରାଜଭବନ ଫେରି ରାତ୍ରିଯାପନ କରିବେ । 

ମଙ୍ଗଳବାର ସକାଳ ସାଢ଼େ ୧୦ଟାରେ ଭୁବନେଶ୍ୱରସ୍ଥିତ  ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର  ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ । କାର୍ଯ୍ୟକ୍ରମ  ସାରି ୧୨ଟା ୫୫ରେ ବିମାନବନ୍ଦରକୁ ଯାଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ  କରିବେ । ରାଷ୍ଟ୍ରପତି ଆସୁଥିବାରୁ ବିକେ ଆର୍ଟ କଲେଜ, ଉତ୍କଳ  ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ନାଇଜରର ଛାତ୍ରଛାତ୍ରୀମାନେ  ଉତ୍ସାହିତ ହୋଇପଡ଼ିଛନ୍ତି । ବିକେ ଆର୍ଟ କଲେଜ ଛାତ୍ରଛାତ୍ରୀମାନେ  ରାଷ୍ଟ୍ରପତିଙ୍କୁ ସେମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର ପ୍ରଦାନ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.