ମାଲକାନଗିରି, ୨୬/୮ : ଯେ କୌଣସି ଦାବି ପୂରଣ ପାଇଁ କିଏ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ ତ ଆଉ କିଏ ଅଫିସ ଘେରାଓ, ଦୋକାନ ବଜାର ବନ୍ଦ ଡାକରା ଦେଇ ପ୍ରତିବାଦ କରିଥାନ୍ତି, ଏହା ଦ୍ୱାରା ସାଧାରଣ ଲୋକମାନେ ବହୁତ ଅସୁବିଧା ଭୋଗିଥାନ୍ତି, ରାସ୍ତା ନିର୍ମାଣ ପାଇଁ ଭିନ୍ନ ଶୈଳୀରେ ପ୍ରତିବାଦ କରି କାଦୁଅ ରାସ୍ତାରେ ଗ୍ରାମବାସୀମାନେ ଧାନ ତଳି ରୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି, ମାଲକାନଗିରି ଜିଲ୍ଲା ସିନ୍ଧିରିମାଳ ପଞ୍ଚାୟତ ସତୀଗୁଡା ଡ୍ୟାମ ନିକଟ ହିମାଂସୁପାଲି ପଞ୍ଚବଟୀ କଲୋନୀରେ।
ଏମଭି୧୧୧ ଗ୍ରାମ ଛକ ଠାରୁ ପଞ୍ଚବଟୀ କଲୋନୀ, ହିମାଂଶୁପାଲୀ ପ୍ରାୟ ୮୦୦ ମିଟର ରାସ୍ତା ରେ ଆଣ୍ଠୁଏ ଲେଖାଏଁ କାଦୁଅ ହୋଇଛି। ଏହି ରାସ୍ତା କଡ଼ରେ ସତୀମଙ୍ଗଳ ବିଭାଗର କନ୍ୟାଶ୍ରମ, ସ୍କୁଲ ଅଛି । ପ୍ରତିବର୍ଷ ବର୍ଷା ଦିନ ଆସିଲେ ଏହି ରାସ୍ତାଟି କାଦୁଅ ପଚ ପଚ ହୋଇ ଯାଇ ଥାଏ। ଗତ କିଛି ବର୍ଷ ଧରି ସତୀଗୁଡା ରାସ୍ତା ମରାମତି ନିମନ୍ତେ ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ରାସ୍ତାକୁ ସତୀଗୁଡା ଜଳ ସେଚନ ବିଭାଜନ ତରଫରୁ ଟେଣ୍ଡର ପ୍ରକ୍ରିୟା କରାଯାଇଥିଲା। ଏହି ରାସ୍ତା କିଛି ମାତ୍ରାରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ କିଛି ଅଂଶ ଏପର୍ଯ୍ୟନ୍ତ ଅଧପନ୍ତରିଆ ଅବସ୍ଥାରେ ରହିଛି । ଯାହା ପାଣି କାଦୁଅରେ ପରିପୂର୍ଣ୍ଣ ଥିବାରୁ ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବାରମ୍ବାର ବିଭାଗୟୀ କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ମଧ୍ୟକିଛି ସୁଫଳ ନ ମିଳିବାରୁ ଆଜି ସିନ୍ଧିରମାଳ ସରପଞ୍ଚ ଘଷି ନାୟକ, ସମାଜସେବୀ ସଦାନନ୍ଦଖରା, ୱାର୍ଡ ମେମ୍ବର ଶ୍ରୀହରି ହରିଜନ, ୱାର୍ଡ ମେମ୍ବର ଅନୁପମା ପାଣିଗ୍ରାହୀ, ତ୍ରିପତି ହନ୍ତାଳ, ଅଭୟ ପଢିଆରୀ, ଅଜିତ ପଢିଆରୀଙ୍କ ନେତୃତ୍ୱ ରେ ସତୀଗୁଡା, ତାଲଗୁଡା,ହିମାଂଶୁପାଲି, ପଞ୍ଚବଟି, ଏମଭି୧୧୧ ଗ୍ରାମ ର ଶତାଧିକ ପୁରୁଷ ଓ ମହିଳା ହାତରେ ଧାନ ତଳି ବିଡା ଧରି ଅଭିନବ ଉପାୟରେ ଏହାକୁ ପ୍ରତିବାଦ କରି ରାସ୍ତାରେ ଧାନତଳି ରୋଇଛନ୍ତି।
ବିଶେଷ କରି ଏହି ରାସ୍ତାଟି ଏମ୍.ଭି. ୧୧୧ଦେଇ ସତୀଗୁଡା, ତାଳଗୁଡା ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ଲମ୍ବିଛିା ଏହି ରାସ୍ତା ଉପରେ ସିନ୍ଧିରିମାଲ, ବିଏଲପୁର,ପେଦା ୱାର୍ଦା, ମାର୍କପାଲି ୪ଟୀ ପଞ୍ଚାୟତ ର ପ୍ରାୟ ୨୫ ଟି ରୁ ଉର୍ଦ୍ଧ ଗ୍ରାମ ବାସୀ ଯାତାୟାତ କରିଥାନ୍ତି। ପ୍ରତିବର୍ଷ ରାସ୍ତା ନିର୍ମାଣ ହେଉଛି ହେଲେ କାମ ନିମ୍ନମାନର ଯୋଗୁଁ ବର୍ଷା ଦିନେ ରାସ୍ତା ଧୋଇ ହୋଇ ପାଣି କାଦୁଅ ରେ ଭରପୁର ହେଉଛି। ତୁରନ୍ତ ଏହି ରାସ୍ତା କୁ ପିଚୁ ରାସ୍ତା କରାଯାଉ ବୋଲି ସିନ୍ଧ୍ରିମାଳ ପଞ୍ଚାୟତ ସରପଂଚ ଘାସି ନାୟକ ଓ ଗ୍ରାମବାସୀ ଦାବି କରିଛନ୍ତିା
ସରପଞ୍ଚଙ୍କ କହିବା ଅନୁସାରେ ବର୍ଷା ପୂର୍ବରୁ ରାସ୍ତାରେ ମୋରମ ପକାଯାଇଛିା ମୋରମକୁ ରୋଲିଙ୍ଗ ନ କରି ତାହା ଉପରେ ପଥର ଗୁଣ୍ଡ ମିଶା ମେଟାଲ ପକାଇଛନ୍ତିା ବର୍ଷା ଯୋଗୁଁ ମେଟାଲ ଓ ପଥର ଗୁଣ୍ଡ ମୋରମ ଭିତରକୁ ପଶି ଯାଇଛିା ଯଦ୍ୱାରା ମୋରମ କାଦୁଅରେ ପରିଣତ ହୋଇ ଉପରକୁ ଆସିଛି ଏବଂ ରାସ୍ତାରେ ପାଣି କାଦୁଅ ଭର୍ତ୍ତି ହୋଇ ରହିଛି । ଏ ସମ୍ପର୍କରେ ସରପଞ୍ଚ ସମ୍ପୃକ୍ତ ଠିକାଦାର ତଥା ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ କେହି କର୍ଣ୍ଣପାତ କରୁ ନଥିବା ସେ ଅଭିଯୋଗ କରିଛନ୍ତିା
ଅପରପକ୍ଷରେ ସତୀଗୁଡା ମଧ୍ୟମ ଜଳସେଚନବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବି.ନାୟକ କହିଛନ୍ତି, ଏମଭି ୧୧୧ ଗ୍ରାମ ଶେଷ ମୁଣ୍ଡ ଠାରୁ ସତୀ ଗୁଡା, ହିମାଂଶୁପାଲି, ତାଳ ଗୁଡା ଦେଇ ଇକୋପାର୍କ ପର୍ଯ୍ୟନ୍ତ ପ୍ରାୟ ଅଢେଇ କିଲୋମିଟର ରାସ୍ତା ମରାମତ ପାଇଁ ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଜଳସେଚନ ବିଭାଗ ପକ୍ଷରୁ ମଞ୍ଜୁର ହୋଇ କାମ ଆରମ୍ଭ କରା ଯାଇଛି। ବର୍ଷା ହେବାରୁ ରାସ୍ତା କାଦୁଅ ହୋଇଛି, ବର୍ଷା କମିବାପରେ ଉକ୍ତ ରାସ୍ତା ମରାମତି କରାଯିବ।