ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଟ୍ରୁଡୋ ସରକାରଙ୍କ କେଉଁ ନିଷ୍ପତ୍ତି ବଢାଇଛି ଭାରତୀୟଙ୍କ ଚିନ୍ତା ? କାନାଡାରେ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀ କରୁଛନ୍ତି ବିକ୍ଷୋଭ

ନୂଆଦିଲ୍ଲୀ – ନିକଟରେ କାନାଡାର ଜଷ୍ଟିନ ଟ୍ରୁଡୋ ସରକାରଙ୍କ ଇମିଗ୍ରେସନ ପଲିସିର ପରିବର୍ତ୍ତନରେ ବଢିଛି ଅଡ଼ୁଆ। ଯେଉଁଥି ପାଇଁ ପାଖାପାଖି ୭୦ହଜାର ଅନ୍ତରାଷ୍ଟ୍ରୀୟ ସ୍ନାତକ ଛାତ୍ରଛାତ୍ରୀଙ୍କୁ କାନାଡାରୁ ନିର୍ବାସିତ ହେବାର ବିପଦ ଘେରି ରହିଛି। ଏଥିରେ ବହୁ ସଂଖ୍ୟାରେ ଭାରତୀ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଅଛନ୍ତି। 

ଟ୍ରୁଡୋ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ କାନାଡାରେ ଶହ ଶହ ଛାତ୍ରଛାତ୍ରୀ ସଡ଼କକୁ ଓହ୍ଲାଇଛନ୍ତି ଏବଂ ଟ୍ରୁଡୋ ସରକାରଙ୍କ ବିରୋଧରେ ଖୁବ୍‌ ବିରୋଧ ପ୍ରଦର୍ଶନ କରୁଛନ୍ତି। ଯେଉଁ ଛାତ୍ରଛାତ୍ରୀ ଏହି ସ୍ୱପ୍ନକୁ ନେଇ କାନାଡା ଆସିଥିଲେ ଯେ, ସେମାନେ ଏଠାରେ  ନିଜର ନୂଆ ଭବିଷ୍ୟତ ଗଢିବେ ,ସେମାନେ ଏବେ ଅଲଗା ଅଲଗା ସ୍ଥାନରେ ଖୁବ୍ ବିକ୍ଷୋଭ କରୁଛନ୍ତି। 

ମିଡ଼ିଆ ରିପୋର୍ଟ ମୁତାବିକ , କାନାଡାରେ ରହୁଥିବା ହଜାର ହଜାର ସ୍ନାତକ ଛାତ୍ରଛାତ୍ରୀଙ୍କ ଷ୍ଟଡି ପରମିଟ୍‌ ଚଳିତ ବର୍ଷର ଶେଷସୁଦ୍ଧା ସମାପ୍ତ ହେଉଛି, ଯାହାକି କାନାଡା ସରକାର ତାଙ୍କୁ ବଢାଇବାର ପକ୍ଷରେ ନାହାଁନ୍ତି। ନିର୍ବାସିତ କରାଯିବାର ଭୟରେ ଏହି ଛାତ୍ରଛାତ୍ରୀ ପୂରା କାନାଡାରେ ବିରୋଧ ପ୍ରଦର୍ଶନ କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ, ତାଙ୍କର ଷ୍ଟଡି ପରମିଟକୁ ବୃଦ୍ଧି କରାଯାଉ ଏବ ଛାତ୍ରଛାତ୍ରୀଙ୍କୁ ସ୍ଥାୟୀ ନିବାସ ମଧ୍ୟ ଦିଆଯାଉ।

ଉଲ୍ଲେଖନୀୟଯେ, ବିରୋଧ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀ କାନାଡାର ଅଲଗା ଅଲଗା ପ୍ରାନ୍ତରେ ରାଲି କରୁଛନ୍ତି। ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀ ପ୍ରିନ୍ସ ଏଡୱର୍ଡ ଆଇଲ୍ୟାଣ୍ଡ (ପିଇଆଇ), ଓଣ୍ଟାରିୟୋ , ମ୍ୟାନିଟୋବା ଓ ବ୍ରିଟିଶ୍‌ କୋଲମ୍ୱିଆ ସହ ବିଭିନ୍ନ ପ୍ରାନ୍ତରେ କ୍ୟାମ୍ପ କରୁଛନ୍ତି ଏବଂ ରାଲି ଆଦି କରୁଛନ୍ତି। ଏହା ବ୍ୟତୀତ ଶହ ଶହ ଛାତ୍ରଛାତ୍ର ଇମ୍ରିଗେସନ ନୀତିରେ ପରିବର୍ତ୍ତନ ଦାବି କରି , ୩ ମାସରୁ ଅଧିକ ସମୟରୁ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.