ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ସାହିଯାତ: ହରଚଣ୍ଡୀ ସାହିରୁ ବାହାରିଲେ ନାକ,କାନ, ଜଗନ୍ନାଥବଲ୍ଲଭରେ ଯଜ୍ଞ ରକ୍ଷା ପ୍ରସ୍ତାବ ସମ୍ପନ୍ନ

ପୁରୀ,୧୯/୦୪: ଶ୍ରୀକ୍ଷେତ୍ରର ସାଂସ୍କୃତିକ ମହାକୁମ୍ଭ ‘ସାହିଯାତ’ର ଦ୍ୱିତୀୟ ସନ୍ଧ୍ୟା ।  ବୀରବାଦ୍ୟରେ କମ୍ପୁଥିଲା ଶ୍ରୀମନ୍ଦିର ପାଶ୍ୱର୍ ପୁରୁଣା ସାହି ଓ ବଡ଼ଦାଣ୍ଡ । ଶ୍ରୀମନ୍ଦିର ପରମ୍ପରା କ୍ରମେ  ସମ୍ପନ୍ନ ହୋଇଥିଲା ରାମଲୀଳାର ଯଜ୍ଞରକ୍ଷା ପ୍ରସ୍ତାବ । ହରଚଣ୍ଡୀ ସାହି ପକ୍ଷରୁ ଅସୁର ସୁବାହୁ ଓ ମାରିଚ (ନାକ ଓ କାନ) ବାହାରିଥିଲେ । ପଟୁଆରରେ  ବିଶ୍ୱାମିତ୍ର ଋଷିଙ୍କ ସହ ଥିଲେ ଶ୍ରୀରାମ ଓ  ଲକ୍ଷ୍ମଣ । ଏହି ପଟୁଆର  ବାଲି ସାହି ପରିଭ୍ରମଣ  କରିବା ପରେ ଜଗନ୍ନାଥ  ବଲ୍ଲଭ ମଠରେ ପହଞ୍ଚି  ହରଚଣ୍ଡୀ ସାହିଆଙ୍କ ପକ୍ଷରୁ  ଯଜ୍ଞରକ୍ଷା ପ୍ରସ୍ତାବ ସମ୍ପନ୍ନ  ହୋଇଥିଲା ।

ହରଚଣ୍ଡୀ ସାହି ଆଖଡ଼ା ପକ୍ଷରୁ ଯାତ  ବାହାରିଥିଲା । ଏଣୁ ଆଜିର ପଟୁଆରରେ ମଧ୍ୟ ଉକ୍ତ  ଜାଗାର ପ୍ରମୁଖ ଭୂମିକା ରହିଥିଲା । ବୀରବାଦ୍ୟର  ତାଳେ ନାକ ଓ କାନ ନୃତ୍ୟ ପରିବେଷଣ କରିଥିଲେ ।  ଶହ ଶହ ଦର୍ଶକ ସାହିଯାତ୍ରାର ମଜ୍ଜା ନେଇଥିଲେ ।  ବାପି ମହାନ୍ତି ଓ ସନ୍ତୋଷ ପଣ୍ଡା ନାକ ଓ କାନ  ଅଭିନୟ କରିଥିଲେ । ଶ୍ରୀରାମ ଭାବେ ବୀରଭଦ୍ର  ପତ୍ରି, ଲକ୍ଷ୍ମଣ ଭାବେ ଆଶୁ ମହାପାତ୍ର, ବିଶ୍ୱାମିତ୍ର  ରୂଷି ଭାବେ ମାନସ ମିଶ୍ର ଅଭିନୟ କରିଥିଲେ ।  

ହରଚଣ୍ଡୀ ସାହି ପ୍ରଦକ୍ଷଣ ପରେ ବାଲିସାହି  ହୋଇ ଶେଷରେ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ  ମଠରେ ପହଞ୍ଚିଥିଲା ପଟୁଆର । ସେଠାରେ  ଠାକୁରଙ୍କ ଚଳନ୍ତି ପ୍ରତିମା ବିଜେ ହୋଇଥିଲେ ।  ଶ୍ରୀରାମଲୀଳାର ଯଜ୍ଞରକ୍ଷା ନୀତି ସମ୍ପନ୍ନ ହୋଇଥିଲା ।  ତ୍ରେତୟା ଯୁଗରେ ଅସୁରଙ୍କ ଉତ୍ପାତ୍ତରେ ମୁନିରୂଷିଙ୍କ  ଯଜ୍ଞ ଭଙ୍ଗ ହେଉଥିଲା । ମହର୍ଷି ବିଶ୍ୱାମିତ୍ରଙ୍କ  ସହିତ ଶ୍ରୀରାମ ଲକ୍ଷ୍ମଣ ଜଙ୍ଗଲକୁ ଯାଇ ସୁବାହୁ  ଓ ମାରିଚଙ୍କୁ ନିହତ କରି ଯଜ୍ଞରକ୍ଷା କରିଥିଲେ ।  ହରଚଣ୍ଡୀ ସାହି ଆଖଡ଼ାର ସଭାପତି ସାଗର  ଦୀନବନ୍ଧୁ ପ୍ରତିହାରୀ, ସମ୍ପାଦକ କୋଠାରୀ  ନାରାୟଣ ମେକାପ, ସାଂସ୍କୃତିକ ସମ୍ପାଦକ ନାରାୟଣ  ମହାସୁଆର ଓ ପରିଚାଳକ ଜିତେଶ କୁମାର  ସାହୁ ଓ ଅନ୍ୟ ଜାଗା ଆଖଡ଼ା କର୍ମକର୍ତ୍ତାମାନେ  ପରସ୍ପର ମଧ୍ୟରେ ସମନ୍ୱୟ ରଖି ଠାକୁରଙ୍କ ନୀତି  ସମ୍ପାଦନରେ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.