ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଅଗଷ୍ଟ ୧୫ରେ ମହା ଲଢେଇ, ଗୋଟିଏ ଦିନରେ ରିଲିଜ୍‌ ହେବ ‘ପୁଷ୍ପା୨’ ଓ ‘ବେଦା’

ମୁମ୍ବାଇ ୦୮/୦୬: ଏ ବର୍ଷ ଅଗଷ୍ଟ ୧୫ ସିନେପ୍ରେମୀଙ୍କ ପାଇଁ ଖାସ୍‌ ହେବାକୁ ଯାଉଛି । ଏ ଅବସରରେ କେବଳ ବଲିଉଡ୍‌ ନୁହେଁ, ସାଉଥ୍‌ର ଅନେକ ଫିଲ୍ମ ବକ୍ସ ଅଫିସ୍‌ରେ ରିଲିଜ୍‌ ହେବାକୁ ଯାଉଛି । କିନ୍ତୁ ଇତିମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ‘ପୁଷ୍ପା-୨’ । ଏ ଥର ଅଗଷ୍ଟ ୧୫ ତାରିଖରେ ଫିଲ୍ମଟି ଥିଏଟରକୁ ଆସିବ । ଏଥିରେ ପୁଣି ଥରେ ପୁଷ୍ପରାଜ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ ଅଲ୍ଲୁ । ତାଙ୍କ ସହ ରଶ୍ମିକା ମନ୍ଦନା ଓ ଫହାଦ ଫାସିଲ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଅଗଷ୍ଟ ୧୫ ତାରିଖରେ ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ୍‌ ଏଗେନ୍‌’ ମଧ୍ୟ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ‘ପୁଷ୍ପା-୨’କୁ ଦେଖି ରୋହିତ ଶେଟ୍ଟୀ ଫିଲ୍ମ ରିଲିଜ୍‌କୁ ଅଟକାଇ ଦେଇଛନ୍ତି । ଏବେ କିନ୍ତୁ ଅଗଷ୍ଟ ୧୫ରେ ‘ପୁଷ୍ପା-୨’କୁ ଟକ୍କର ଦେବାକୁ ଆଉ ଏକ ବଲିଉଡ୍‌ ଫିଲ୍ମ ମୈଦାନକୁ ଓହ୍ଲାଇବ । ଜନ୍‌ ଆବ୍ରାହମ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ବେଦା’ର ରିଲିଜ୍‌ ତାରିଖ ସାମ୍ନାକୁ ଆସିଛି । ଏଇଟି ଆସନ୍ତା ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିବ । ‘ବେଦା’ରେ ଜନ୍‌ ଆବ୍ରାହମ୍‌ଙ୍କ ସହିତ ସର୍ଭରୀ ୱାଗ୍‌, ଅଭିଷେକ ବାନାର୍ଜୀ ଓ ତମନ୍ନା ଭାଟିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଆକ୍ସନ୍‌-ପ୍ୟାକ୍‌ଡ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ ଆଡଭାନି ।

ନିକଟରେ ‘ବେଦା’ର ଟିଜର ଓ ପୋଷ୍ଟର୍‌ ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ଫିଲ୍ମରେ ଶର୍ଭରୀ ବେଦା ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ବାସ୍ତବ ଘଟଣା ଦ୍ୱାରା ପ୍ରେରିତ । ସୂଚନାଯୋଗ୍ୟ, ପୂର୍ବରୁ ‘ବେଦା’ର ରିଲିଜ୍‌ ତାରିଖ ଜୁଲାଇ ୧୨ ଥିଲା । ଏବେ କିନ୍ତୁ ଅଗଷ୍ଟ ୧୫ରେ ଏହା ମୁକ୍ତିଲାଭ କରିବ ବୋଲି ନିର୍ମାତା ସ୍ପଷ୍ଟ କରିଛନ୍ତି । ଏଥିରୁ ଜଣାପଡୁଛି, ଏ ଥର ଅଗଷ୍ଟ ୧୫ରେ ଜନ୍‌ ଆବ୍ରାହମ୍‌ ଓ ଅଲ୍ଲୁ ଅର୍ଜୁନଙ୍କ ମଧ୍ୟରେ କଡ଼ା ବକ୍ସ ଅଫିସ୍‌ ଟକ୍କର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.