ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଏକ ସପ୍ତାହ ପାଇଁ ୟୁରୋପ ଗସ୍ତରେ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସପ୍ତାହ ପାଇଁ ୟୁରୋପ ଗସ୍ତରେ ଯାଇଛନ୍ତି । ସେଠାରେ ସେ ୟୁରୋପୀୟ ସଂଘ (EU)ର ସଂସଦୀୟ ସଦସ୍ୟ, ଛାତ୍ର ଏବଂ ପ୍ରବାସୀ ଭାରତୀୟ ମାନଙ୍କୁ ଭେଟିବେ । ସୂତ୍ରରୁ ପ୍ରକାଶ ଯେ, ରାହୁଲ ଗାନ୍ଧୀ ସେପ୍ଟେମ୍ବର ୭ ରେ ବ୍ରୁସେଲ୍ସରେ ୟୁରୋପୀୟ ସଂଘର ସାଂସଦଙ୍କୁ ଭେଟିବେ । ଏହା ପରେ ସେ କିଛି ପ୍ରବାସୀ ଭାରତୀୟ (NRI) ଙ୍କ ସହିତ ରାତ୍ରୀ ଭୋଜନରେ ସାମିଲ ହେବେ । 

 ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ରାହୁଲ ଗାନ୍ଧୀ ଆଗାମୀ ଦିନ ଅର୍ଥାତ୍ ସେପ୍ଟେମ୍ବର ୮ ରେ କିଛି ଭାରତୀୟ ଉଦ୍ୟୋଗପତିଙ୍କ ସହ ଏକ ବୈଠକ କରିବେ ଏବଂ ଦିନ ପ୍ରାୟ ସାଢେ ୧ ଟା ସମୟରେ ବ୍ରୁସେଲ୍ସରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହା ପରେ କଂଗ୍ରେସ ନେତା ପ୍ୟାରିସ ଯିବେ, ଯେଉଁଠାରେ ସେ ଆଉ ଏକ ସାମ୍ବାଦିକ ସମ୍ମିଳନୀ କରିବେ । 

 ସାମ୍ବାଦିକ ସମ୍ମିଳନୀ ସମାପ୍ତ କରିବାର ପରଦିନ ଅର୍ଥାତ ସେପ୍ଟେମ୍ବର ୯ ରେ, ରାହୁଲ ଗାନ୍ଧୀ ଫ୍ରାନ୍ସର ସାଂସଦ ମାନଙ୍କ ସହ ଆଲୋଚନା କରିବେ ଏବଂ ସାଇନ୍ସ ପୋ ୟୁନିଭରସିଟିର ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିବେ । ସୂତ୍ରରୁ ପ୍ରକାଶ ଯେ ରାହୁଲ ସେପ୍ଟେମ୍ବର ୧୦ରେ ନେଦରଲ୍ୟାଣ୍ଡ ଯିବେ । ସେଠାରେ ସେ ୪ ଶହ ବର୍ଷ ପୁରୁଣା ଲେଡେନ ୟୁନିଭରସିଟି ପରିଦର୍ଶନ କରିବେ ଏବଂ ଛାତ୍ରମାନଙ୍କ ସହିତ ଯୋଗାଯୋଗ କରିବେ । 

 ରାହୁଲ ଗାନ୍ଧୀ ସେପ୍ଟେମ୍ବର ୧୧ ରେ ନରୱେ ଗସ୍ତ କରିବେ । ସେଠାରେ ସେ ଓସଲୋରେ ଦେଶର ସାଂସଦମାନଙ୍କୁ ଭେଟିବେ । ସେ ପ୍ରବାସୀ ମାନଙ୍କୁ ଭେଟି ଓସଲୋ ୟୁନିଭରସିଟିରେ ଏକ ସଭାରେ ଅଂଶଗ୍ରହଣ କରିବେ । ଜଣେ ବରିଷ୍ଠ ନେତା କହିଛନ୍ତି ଯେ ରାହୁଲଙ୍କ ପାଇଁ ଇଣ୍ଡିଆନ ଓଭରସିଜ୍ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଜି -20 ଶିଖର ସମ୍ମିଳନୀ ସମାପ୍ତ ହେବାର ଗୋଟିଏ ଦିନ ପରେ ସେ ସେପ୍ଟେମ୍ବର ୧୨ ରାତିରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । 


 



 

Copyright © 2022 - Summa Real Media Private Limited. All Rights Reserved.