ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପରିବାରବାଦ ରାଜନୀତିକୁ ନେଇ ବିଜେପି ଉପରେ ବର୍ଷିଲେ ରାହୁଲ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳକୁ କହିଲେ ‘ପରିବାର ମଣ୍ଡଳ’

Image Courtesy: livelaw

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପରିବାରବାଦ ରାଜନୀତିକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହ ଏନଡିଏ ମନ୍ତ୍ରିମଣ୍ଡଳକୁ ‘ପରିବାର ମଣ୍ଡଳ’ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ମୋଦୀ ସରକାରଙ୍କ ତୃତୀୟ ପାଳିରେ ଅନେକ ମନ୍ତ୍ରୀ ରାଜନୈତିକ ପରିବାରରୁ ଆସିଥିବା ନେଇ ସେ ଇସାରା କରିଛନ୍ତି । ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ପିଢ଼ି ପରେ ପିଢ଼ି ସଂଘର୍ଷ, ବଳିଦାନ ଏବଂ ସେବାର ପରମ୍ପରାକୁ ଭାଇ-ପୁତୁରାବାଦ କହୁଥିବା ଲୋକେ ସରକାରକୁ ନିଜ ‘ସରକାରୀ ପରିବାର’ ଭାବରେ ବାଣ୍ଟି ଦେଇଛନ୍ତି । କହିବା ଏବଂ କରିବା ଭିତରେ ଥିବା ଏହି ଅନ୍ତରକୁ ନରେନ୍ଦ୍ର ମୋଦୀ କୁହନ୍ତି।’ 

 ନିଜ ପୋଷ୍ଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ପୁଅ ଏଚଡି କୁମାରସ୍ବାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ   ମାଧବରାଓ ସିନ୍ଧିଆଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅରୁଣାଚଳ ପ୍ରଦେଶର ପ୍ରଥମ ପ୍ରୋଟେମ ସ୍ପିକର ରିନଚିନ୍‌ ଖାରୁଙ୍କ ପୁଅ କିରଣ ରିଜିଜୁ, ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖଡ଼ସେଙ୍କ ବୋହୂ ରକ୍ଷା ଖଡସେ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ନାତି ଜୟନ୍ତ ଚୌଧୁରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସଓ୍ବାନଙ୍କ ପୁଅ ଚିରାଗ ପାସଓ୍ବାନ ଏବଂ ପୂର୍ବତନ ସାଂସଦ ଓ ମଧ୍ୟପ୍ରଦେଶର ମନ୍ତ୍ରୀ ଜୟଶ୍ରୀ ବାନାର୍ଜୀଙ୍କ ଜ୍ବାଇଁ ଜେପି ନଡ୍ଡାଙ୍କୁ ଏନଡିଏର ‘ପରିବାର ମଣ୍ଡଳ’ର ଅଂଶ ବୋଲି କହିଛନ୍ତି ।

ରାହୁଲ ଗାନ୍ଧୀ ଆହୁରି ଲେଖିଛନ୍ତି ଯେ, ଏହି ତାଲିକାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର, ପୂର୍ବ କେନ୍ଦ୍ରମନ୍ତ୍ରୀ ଟେରେନ ନାଇଡୁଙ୍କ ପୁଅ ରାମ ମୋହନ ନାଇଡୁ, ପୂର୍ବତନ ସାଂସଦ ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ଜିତନ ପ୍ରସାଦ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଓ ବୀରେନ୍ଦ୍ର ସିଂହଙ୍କ ପୁଅ ରାଓ ଇନ୍ଦ୍ରଜିତ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଦ ପ୍ରକାଶ ଗୋୟଲଙ୍କ ପୁଅ ପୀୟୁଷ ଗୋୟଲ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଓନ୍ତ ସିଂହଙ୍କ ନାତି ରବନୀତ ସିଂ ବିଟ୍ଟୁ, ଆପନା ଦଳର ପ୍ରତିଷ୍ଠାତା ସୋନେଲାଲ ପଟେଲଙ୍କ ଝିଅ ଅନୁପ୍ରିୟା ପଟେଲ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ମହାରାଜ ଆନନ୍ଦ ସିଂହଙ୍କ ପୁଅ କିର୍ତ୍ତି ବର୍ଦ୍ଧନ ସିଂହଙ୍କ ନାମ ସାମିଲ ଅଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନିର୍ବାଚନୀ ପ୍ରଚାରରେ କଂଗ୍ରେସ ଉପରେ ‘ପରିବାରବାଦ ରାଜନୀତି’ ନେଇ ଅଭିଯୋଗ ବିରୋଧରେ ରାହୁଲ ଗାନ୍ଧୀ ଏହି ପୋଷ୍ଟ ମାଧ୍ୟମରେ ଜବାବ ଦେଇଛନ୍ତି । 

 

  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.