ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଭାଇଚାରାର ସହରରେ ନିଆରା ପରମ୍ପରା, ଗୋଟିଏ ପତ୍ରରେ ସମସ୍ତେ ଭୋଜନ କରନ୍ତି...

କଟକ ୧୬/୦୬: ଭାଇଚାରାର ସହର କଟକରେ  ନିଆରା ଢ଼ଙ୍ଗରେ ରଜ ସଂକ୍ରାନ୍ତି ପାଳିତ ହୋଇଯାଇଛି ।  ଶିଖରପୁରରେ ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି  ପଙ୍ଗତ ପରମ୍ପରା ଭାଇଚାରା ବଞ୍ଚାଇ ରଖିବା ସହ ଜାତି,  ବର୍ଣ୍ଣ ଓ ବର୍ଗ ମଧ୍ୟରେ ଥିବା ଭେଦଭାବ ଦୂର କରିବା ପାଇଁ ବାଣ୍ଟିଛି ବାର୍ତ୍ତା । 

ରଜ ସଂକ୍ରାନ୍ତି ଦିନ ଶିଖରପୁର  ତଳସାହିରେ ଥିବା ଜଗନ୍ନାଥ ମଠରେ ପଙ୍ଗତର ଆୟୋଜନ କରାଯାଇଥିଲା । ନିଜ ନିଜ ଭିତରେ ଭାଇଚାରା ସ୍ଥାପନ  କରିବା ପାଇଁ ଶତାଧିକ ବର୍ଷ ଧରି ଚାଲି ଆସିଥିବା ଏହି  ପରମ୍ପରାକୁ ଏବେ ବି ବଜାୟ ରଖିଛନ୍ତି ସାହିର ବାସିନ୍ଦା । ପ୍ରଥମେ ବାଣ ଫୁଟାଇ ତାପରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ  କରି ସମସ୍ତେ ଏକାଠି ହୋଇ ପଙ୍ଗତରେ ବସିଯାଆନ୍ତି । ଏକାକାର ପତ୍ରରେ ବଢ଼ାଯାଇଥିବା ଭୋଜନକୁ ଜାତି ଗୋତ୍ର  ନିର୍ବିଶେଷରେ ସମସ୍ତେ ମିଳିମିଶି ଭୋଜନ କରିଥାଆନ୍ତି । ସାହି  ଅଧିକାରୀ, ମହନ୍ତ, କଟୁଆଳଙ୍କ ସମେତ ବରିଷ୍ଠ ମୁରବି, ଯୁବ ଗୋଷ୍ଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.