ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲା, ଡିଏନ୍ଏ ଟେଷ୍ଟରୁ ପୋଲିସର ବଡ ଖୁଲାସା

ନୂଆଦିଲ୍ଲୀ,୨୯/୫: ଗୁଜରାଟ ରାଜକୋଟ୍‌ ଟିଆର୍‌ପି ଗେମିଂ ଟ୍ରାଜେଡି ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଅଗ୍ନିକାଣ୍ଡରେ ଗେମିଂ ଜୋନର  ମାଲିକ ପ୍ରକାଶ ହିରନ୍‌ ଜୀବନ୍ତ ଧଗ୍ଧ ହୋଇଥିବା ସୂଚନା । ତେବେ  ଡିଏନ୍‌ଏ ଟେଷ୍ଟରୁ ଏହି ଖୁଲାସା ହୋଇଛି। ତାଙ୍କ ପାଖରେ ଗେମ୍‌ ଜୋନ୍‌ର ୬୦%ରୁ ଅଧିକ ସମ୍ପତ୍ତିର ମାଲିକାନା ଥିଲା। ନିଆଁ ଲାଗିବା ପରେ ତାଙ୍କୁ ଶେଷଥର ଲାଗି ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କ ସହ ସମ୍ପର୍କ ଛିନ୍ନ ହୋଇଥିଲା। ଏନେଇ ମଙ୍ଗଳବାର ପୋଲିସ ସ୍ପଷ୍ଟ କରିଛି। 

ତେବେ ରାଜକୋଟ୍‌ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ମୋଟ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଗେମିଂ ଜୋନ୍‌ ମାଲିକ ପ୍ରକାଶ ହିରନ ମଧ୍ୟ ଏଥିରେ ସାମିଲ ଥିବା କୁହାଯାଉଛି। ଅଗ୍ନିକାଣ୍ଡ ବେଳର ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ପ୍ରକାଶ ହିରନ୍‌ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ତାଙ୍କ କାର୍‌ ମଧ୍ୟ ଘଟଣାସ୍ଥଳରୁ ମିଳିଛି। ଏହି ଦୁର୍ଘଟଣା ପରେ ପୋଲିସ ତାଙ୍କୁ ବହୁ ଖୋଜାଖୋଜି କରିଥିଲା । କିନ୍ତୁ ଏବେ ଡିଏନଏ ଟେଷ୍ଟରୁ ପ୍ରକାଶ ହିରନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.